Img 20240408 Wa0079

ସାଧାରଣ ନିର୍ବାଚନ ପାଇଁ ବିଜେଡି ତରଫରୁ ଜୋରଦାର ପ୍ରସ୍ତୁତି

Politics

ବାରିପଦା : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ଵିଗୁଲ ନେଇ ରାଜନୈତିକ ଦଳ ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଛନ୍ତି ।ବିଜେଡି ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ଭାବେ ସୁଦାମ ମାରାଣ୍ଡି ଏବଂ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଭାବେ ରାଇସେନ ମୁର୍ମୁ ଙ୍କ ନାମ ଘୋଷଣା କରିଛି ।ଆଜି ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମ କରି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରସ୍ତୁତି ବୈଠକ ମୟୂରଭଞ୍ଜ -୨ ଜିଲ୍ଲା ସଭାପତି ଶ୍ରୀ କାଶୀନାଥ ହେମ୍ବ୍ରମ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଯୁବ ସଭାପତି ଅଭିଷେକ ପଟ୍ଟନାୟକ, ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ବିଜେଡ଼ି ଜିଲ୍ଲା ଉପସଭାପତି ବରିଷ୍ଠ ବିଜେଡ଼ି ନେତାପାର୍ଥ ସାରଥି କବି, ଉପସଭାପତି ସ୍ବରୂପ ବେହେରା,ସଂପାଦକ ସୁବାସ ମଣ୍ଡଳ,ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ପ୍ରାକ୍ତନ ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଯାମଦା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ,ତିରିଂ ବ୍ଳକ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ଜିଲ୍ଲା ପରିଷଦ‌ସଦସ୍ଯ ସଚିଦାନନ୍ଦ ମହାନ୍ତ, ଜିଲ୍ଲା ପରିଷଦ ସଦସ୍ୟ ପୁର୍ଣ ମାର୍ଣ୍ଡୀ ଏହି ନିର୍ବାଚନ ପ୍ରସ୍ତୁତି ବୈଠକରେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ଶ୍ରୀ ରାଇସେନ ମୁର୍ମୁ ଯୋଗ ଦେଇଥିଲେ । ନିର୍ବାଚନ ମଣ୍ଡଳୀର ୪ ଟି ବ୍ଳକର ନେତୃବୃନ୍ଦ,ବିଜେଡି ସମର୍ଥିତ ଜନପ୍ରତିନିଧି ,କର୍ମୀ ଯୋଗ ଦେଇଥିଲେ । ସମସ୍ତେ ଉଭୟ‌ପ୍ରାର୍ଥୀଙ୍କୁ ପୁଷ୍ପମାଲ୍ୟ ଦେଇ ପାଛୋଟି ନେବା ସହ ସମ୍ବର୍ଦ୍ଧିତ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ,ବିଜେଡି ଲଙ୍ଗ ଲିଭ୍,ସୁଦାମ ମାରାଣ୍ଡି ଓ ରାଇସେନ ମୁର୍ମୁ ଆଗେ ବଢୋ ହମ୍ ତୁମାରା ସାଥ୍ ହେ ।ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ସେମାନଙ୍କ ଉପରେ ବିଶ୍ବାସ ରଖି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,୫ ଟି ସଚିବ ଭିକେ ପାଣ୍ଡିଆନ ଏବଂ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ ।ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ସାରା ଦେଶରେ ବିରଳ ବୋଲି କହିଥିଲେ ।ଆଜି ଯାହା ଓଡ଼ିଶା କରୁଛି ଆସନ୍ତାକାଲି ତାହା ଦେଶ କରୁଛି ।ଏହାର ପ୍ରମାଣ କାହାକୁ ଅଛପା ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ଶାସନ,୫ ଟିକୁ ନେଇ ସମଗ୍ର ଓଡ଼ିଶା ବିକାଶ ପଥରେ । ତେଣୁ ଏହାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର‌ହେବାକୁ ପଡ଼ିବ ।ସମସ୍ତ କର୍ମୀ,ମତ ପାର୍ଥକ୍ୟ ଭୁଲି ମୁଖ୍ୟମନ୍ତ୍ରୀ ଙ୍କ ଛତାତଳେ ଏକାଠି ହୋଇ ନିର୍ବାଚନ ପାଇଁ କାମ କରିବା, ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ । ଆଗାମୀ ଦିନରେ ନିର୍ବାଚନ ପାଇଁ ଦଳ ଆଗକୁ କ’ଣ କ’ଣ କରାଯିବ ବୋଲି ଆଲୋଚନା ହୋଇଥିଲା । ସମସ୍ତେ ମିଶନ ମୟୂରଭଞ୍ଜ ୯ ବିଧାୟକ ଓ ଏକ ସାଂସଦ ପାଇଁ କାମ କରିବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।ଆଜି ପ୍ରଥମ ବୈଠକରେ ସମସ୍ତେ ଏକାଠି ହୋଇଥିବାରୁ କର୍ମୀ ଓ ନେତୃବୃନ୍ଦ ଙ୍କ ମହଲରେ ଖୁସିର ଲହରି ଖେଳିଯାଇଥିଲା ।