Dil

ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ

State

ନୂଆଦିଲ୍ଲୀ : ନିର୍ବାଚନ ଲଢି ପାରିବେ ଦିଲ୍ଲୀପ ରାୟ । ପଲିଟିକାଲ ରିଏଣ୍ଟ୍ରି ପାଇଁ ପଥ ପରିସ୍କାର ହୋଇଛି। ୨୦୨୦ରେ କୋଲ୍ ସ୍କାମ୍ ମାମଲାରେ ଆଶ୍ବସ୍ତି ଦେଲେ ଦିଲ୍ଲୀ ହାଇକୋର୍ଟ । କୋଲ ସ୍କାମରେ ଟ୍ରାଏଲ କୋର୍ଟ, ଦିଲ୍ଲୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହି ଦଣ୍ଡାଦେଶ ଯୋଗୁଁ ନିର୍ବାଚନ ଲଢିବା ନେଇ ବାଟ ବନ୍ଦ ରହିଥିଲା । ନିକଟରେ ଦିଲ୍ଲୀପ ଦୋଷୀ ସାବ୍ୟସ୍ତ ନେଇ ଥିବା ରାୟ ଉପରେ ସ୍ଥଗିତାଦେଶ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ଏବେ ଟ୍ରାଏଲ କୋର୍ଟଙ୍କ ରାୟକୁ ସ୍ଥଗିତ ରଖିଛନ୍ତି ଦିଲ୍ଲୀ ହାଇକୋର୍ଟ । ଫଳରେ ଦିଲ୍ଲୀପ ରାୟ ନିର୍ବାଚନ ଲଢିବା ପଥ ପରିସ୍କାର ହୋଇଛି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ବର୍ତ୍ତମାନର ଆବେଦନ ଉପରେ ଶୁଣାଣି ଚାଲିଥିବାରୁ ଦୋଷୀ ସାବ୍ୟସ୍ତ ହେବା ସ୍ଥଗିତ ରହିଲା । କିନ୍ତୁ ଏହି ଆଦେଶ ଅର୍ଥ ସେ ଦୋଷମୁକ୍ତ ନୁହେଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।