Img 20240407 Wa0296

ଅଙ୍ଗଦାନ ପାଇଁ ଚୁକ୍ତି କଲେ ନିରୋଜ ପୋଥାଳ

State

ବାରିପଦା: ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଶ୍ରୀମଦ୍ ବାବା ବଳିଆ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାରିପଦାର ରକ୍ତଦାତା ତଥା ସମାଜସେବୀ ଡଃ ନିରୋଜ କୁମାର ପୋଥାଳ ନିଜର ଅଙ୍ଗଦାନ କରିବା ପାଇଁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର ମଙ୍ଗଳ ବିଭାଗ ସହ ଚୁକ୍ତିନାମାରେ ସ୍ଵାକ୍ଷର କରିଛନ୍ତି। ଫଳରେ ଭାରତ ସରକାରଙ୍କ ଉକ୍ତ ବିଭାଗରୁ ଶ୍ରୀ ପୋଥାଳଙ୍କୁ ଅଙ୍ଗଦାନ ଶପଥ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି I ଚୁକ୍ତି ଅନୁସାରେ ସେ ତାଙ୍କ ଶରୀରର ବୃକକ, ଯକୃତ (ଲିଭର), ହୃତପିଣ୍ଡ, କ୍ଷୁଦାନ୍ତ୍ର (ଇଣ୍ଟେଷ୍ଟାଇନ) ଓ ଦୁଇ ଆଖିର କରନିଆ ଦାନ କରିଛନ୍ତି I ଏହା ପୂର୍ବରୁ ନିରୋଜ ୧୯୯୯ ମସିହାରେ ହାଇଦ୍ରାବାଦ ସ୍ଥିତ ଚକ୍ଷୁ ହସ୍ପିଟାଲରେ ନିଜର ଚକ୍ଷୁଦାନ କରିବା ପାଇଁ ଚୁକ୍ତି କରିସାରିଛନ୍ତି I ପ୍ରକାଶଥାଉକି ଶ୍ରୀ ପୋଥାଳ ନିୟମିତ ଭାବରେ ରକ୍ତଦାନ କରିବା ସହ ୧୦୯ ଥର ରକ୍ତଦାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି I ତତସହିତ ରକ୍ତ ଦାନ ସମ୍ପର୍କିତ ସତେତନତା କାର୍ଯ୍ୟକ୍ରମ ଚାଲୁ ରଖିବା ସହ ନିୟମିତ ସ୍ବେଛାକୃତ ରକ୍ତଦାନ ଶିବିରର ଆୟୋଜନ ମଧ୍ୟ କରିଆସୁଛନ୍ତି I ତାଙ୍କର ଏହି ପଦକ୍ଷେପ ମାନବସେବା ଦିଗରେ ଯୁବପୀଢ଼ିଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣିତ କରିବ ବୋଲି ସମାଜସେବୀ ଅମର କୁମାର ସେଠୀ, ସୋମନାଥ ସିଂହଙ୍କ ସମେତ ନାରାୟଣ ସେବା ଟ୍ରଷ୍ଟ, ପଶୁ ପକ୍ଷୀ ଓ ପ୍ରକୃତି ପ୍ରେମୀ ପରିବାର ତଥା ବାରିପଦା ରକ୍ତଦାତା ପରିବାରର ସଦସ୍ୟଗଣ ପ୍ରକାଶ କରିଛନ୍ତି |