Img 20240407 Wa0288

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଟିମ୍‌-ଏ ଚମ୍ପିୟାନ

sports

ବାରିପଦା: ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ୫ ଟି ଦଳକୁ ନେଇ ୧୧ ଦିନ ଧରି ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଟିମ ଏ ଟିମ ବି କୁ ୯ ଉଇକେଟରେ ପରାସ୍ତ କରି ଚାମ୍ପିୟନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଟିମ – ବି ୧୮.୫ ଓଭରରେ ସମସ୍ତ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ ସିଂ ୧୦୨ ରନ କରିଥିବା ବେଳେ ବିପକ୍ଷ ଦଳର ରୋଶନ ଚୌଧୁରୀ ୩ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଏ ୧୨.୧ ଓଭରରେ ଏକ ମାତ୍ର ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ରୋଶନ ଚୌଧୁରୀ ୮୯ ଓ ଜି ଏନ ବିଶ୍ଵପ୍ରକାଶ ସାହୁ ୫୮ ରନ କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫୧୭ ରନ ଓ ୫ ଟି ଉଇକେଟ ଅକ୍ତିଆର କରିଥିବା ଚନ୍ଦନ ସିଂ ଙ୍କୁ ଶ୍ରେଷ୍ଠ ବ୍ୟାଟ୍ସମେନ ଓ ଶ୍ରେଷ୍ଠ ଖେଳାଳି ଭାବେ, ହ୍ୟାଟ୍ରିକ ସହ ୧୧ ଟି ଉଇକେଟ ଅକ୍ତିଆର କରିଥିବା ପ୍ରିୟଙ୍କ ପଟ୍ଟନାୟକ ଶ୍ରେଷ୍ଠ ବୋଲର ଭାବେ ଏବଂ ଫାଇନାଲ ମ୍ୟାଚରେ ୮୯ ରନ କରିବା ସହ ୩ ଟି ଉଇକେଟ ଅକ୍ତିଆର କରିଥିବା ରୋଶନ ଚୌଧୁରୀ ମ୍ୟାନ ଅଫ ମ୍ୟାଚ ଭାବେ ପୁରସ୍କୃତ ହୋଇଥିଲେ I ଦୀପକ ଦେହୁରୀ ଓ ଦିବ୍ୟରଞ୍ଜନ ସାହୁଙ୍କୁ ଉଦୀୟମାନ ଖେଳାଳି ଭାବେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯାଇଥିଲା I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବରିଷ୍ଠ ସଭ୍ୟ କିଶୋର ଚନ୍ଦ୍ର ସିହ୍ନI, କୁମାର ରଞ୍ଜନ ପଣ୍ଡା, ଅନ୍ନଦା ଦାଶ, ଲୋହିତ ଦାସ, ଗଦାଧର ବେହେରା, ସତ୍ୟାନନ୍ଦ ଶେଜପଡା, ଅଶୋକ ରାଉତ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ, ଅମର କୁମାର ସେଠି, ରବୀନ୍ଦ୍ର କୁମାର ମହାନ୍ତି, ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ଚମ୍ପିୟାନ ଓ ରନର୍ସ ଅପ ଟ୍ରଫି ସହ କୃତୀ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ I