Img 20240405 Wa0182

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନ – ଟିମ-ଏ ୭୦ ରନରେ ବିଜୟୀ

State

ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ତଥା ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୯ମ ଦିନର ମ୍ୟାଚରେ ଟିମ – ଏ ଟିମ – ଇ କୁ ୭୦ ରନରେ ପରାସ୍ତ କରିଛି I ପ୍ରଥମେ ବ୍ୟାଟିଂ କରି ଟିମ – ଏ ୨୭.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଜି ଏନ ବିଶ୍ଵପ୍ରକାଶ ସାହୁ ୫୨ ରନ କରିଥିବା ବେଳେ ବିପକ୍ଷ ଦଳର କୁନାଲ କୌଶିକ ଦାସ ୩ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ – ଇ ୨୧.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୨୦ ରନ ସଂଗ୍ରହ କରିପାରିଥିଲେ I ଦଳ ପକ୍ଷରୁ ଅଙ୍କିତ ଅମନ ଦାଶ ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ବରିଷ୍ଠ ସଦସ୍ୟ ତଥା ଦକ୍ଷ କ୍ରୀଡା ସଂଗଠକ ନିରୋଜ କୁମାର ଦାସ , ସାଧାରଣ ସମ୍ପାଦକ ବିଜୟ କୁମର ଦାସ, କ୍ରିକେଟ ସମ୍ପାଦକ ହରପ୍ରସାଦ ପାତ୍ର, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I