School

ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୬ଟା ୩୦ ରୁ ୧୦ ୩୦ ଚାଲିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

State

ଆଜି ଭୁବନେଶ୍ୱରରେ ତାପମାତ୍ରା ୪୩.୫ ଡିଗ୍ରୀ ପାର କରିଥିବା ବେଳେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାପାଳ ଜିଲ୍ଲାରେ ଥିବା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ସକାଳ ୬ଟା ୩୦ ରୁ ୧୦ ୩୦ ଯାଏ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲର ୧ମ ଶ୍ରେଣୀରୁ ୧୨ଶ ଶ୍ରେଣୀ ଯାଏ ଓ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଏହି ନିୟମକୁ ପାଳନ କରିବେ ।

ଏହାକୁ ତୁରନ୍ତ ଲାଗୁ କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହା ବଳବତ୍ତର ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି । ପୂର୍ବରୁ ଖରାକୁ ଦୃଷ୍ଟିରେ ରଖି ସରକାର ଓଡିଶାର ସମସ୍ତ ସ୍କୁଲକୁ ସକାଳୁଆ କରିଥିଲେ । ଏହା ସକାଳ ୬ ଟା ୩୦ ରୁ ୧୧ ଟା ୩୦ ଯାଏ ଚାଲୁଥିଲା । ଆଜି ଭୁବନେଶ୍ୱର ଓଡିଶାରୁ ସମସ୍ତ ଜିଲ୍ଲା ଠାରୁ ଅଧିକ ଉତ୍ତପ୍ତ ଥିବାରୁ ଖୋର୍ଦ୍ଧା ପାଇଁ ଏହା ଘୋଷଣା କରାଯାଇଛି । ଏଥିସହ ସ୍କୁଲରେ ୩ ଥର ପାଣି ପିଇବା ପାଇଁ ପାଣି ଟାଇମ ବେଲ ବାଜିବାକୁ ମଧ୍ୟ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି ।