Img 20240405 Wa0183

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ, ୪୪ ୟୁନିଟ ରକ୍ତ ସଂଗ୍ରହ – ପ୍ରଥମ ଥର ପାଇଁ ରକ୍ତଦାନ କଲେ ୩୨ ଛାତ୍ରଛାତ୍ରୀ 

State
ବାରିପଦା: ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ବାରିପଦା ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ପ୍ରତିଷ୍ଠାନର ଅଧ୍ୟକ୍ଷ ଅନାଦି ଚରଣ ବିନ୍ଧାଣୀଙ୍କ ଉପସ୍ଥିତିରେ  ସମାଜସେବୀ ଅମର କୁମାର ସେଠି ଓ ପ୍ରଣବ ମହାନ୍ତି ଏହି ଶିବିରକୁ ଉଦଘାଟନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ଚମ୍ପାବତୀ ହାଁସଦା, ତୃପ୍ତି ମହାନ୍ତ, ଦୀପ୍ତି ମହାନ୍ତ, ପ୍ରମୋଦ କୁମାର ଡାକୁଆ, କଳ୍ପନା ଚାମ୍ପିୟାର, ଯୋଗେଶ୍ୱର ଘୋଷ ମହାପାତ୍ର, ହରପ୍ରିୟା ନାୟକ, ରୁପାଲୀ ରଚନା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଓଡିଶା ରକ୍ତ କେନ୍ଦ୍ର, ବାରିପଦା ର ରକ୍ତ ଭଣ୍ଡାର ଅଧିକାରୀ ସୌମ୍ୟ ରଞ୍ଜନ ନାୟକ, ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ ଓ ସୋମନାଥ ସିଂହ ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନର ଉପକାରିତା ଓ ମହାନତା ଉପରେ ଆଲୋକପାତ କରିବା ସହ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ I ଜୀବନରେ ପ୍ରଥମ ଥର ପାଇଁ ୩୨ ଜଣ ଛାତ୍ରଛାତ୍ରୀ ରକ୍ତଦାନ କରିଥିଲେ I  ଏହି ଶିବିରରେ ୧୬ ଜଣ ମହିଳା ସମେତ ମୋଟ ୪୪ ଜଣ ରକ୍ତଦାନ କରିଥିଲେ I ଓଡିଶା ରକ୍ତ କେନ୍ଦ୍ର, ବାରିପଦାର ମେଡିକାଲ ଅଫିସର ଡଃ ନୀଲେଶ ଦାସଙ୍କ ନେତୃତ୍ୱରେ ରକ୍ତ ସଂଗୃହିତ ହୋଇଥିଲା I ସାଗର କୁମାର ଦଳନାୟକ, ସୁରେନ୍ଦ୍ର ଦାସ, ଆଶିଷ କୁମାର ଦାସମହାପାତ୍ର, ଦିଲ୍ଲୀପ ସିଂହ, ଅଭିମନ୍ୟୁ ବେହେରା, ସଦାଶିବ ଗିରି ଓ ତାପସ ମହାନ୍ତ ପ୍ରମୁଖ ଶିବିର ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I