Dcp

କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ପ୍ରକାଶ ଆର

State

କଟକ :  କଟକର ନୂତନ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ୨୦୦୮ ବ୍ୟାଚ ର ଆଇପିଏସ ପ୍ରକାଶ ଆର । ଡ଼ଃ କନୱର ଭିଶାଲ ସିଂ ଙ୍କ ବଦଳି ପରେ ପ୍ରକାଶ ଆର ନେଲେ ଦାୟିତ୍ୱ । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ନୂଆ ଡ଼ିସିପିଙ୍କୁ ସ୍ୱାଗତ କରିଥିଲେ ।

କଟକର ନୂତନ ଡିସିପ ଭାବେ ଭାରତୀୟ ନିର୍ବାଚନ କମିଶନ ଦ୍ୱାରା ନିଯୁକ୍ତି ହୋଇଛନ୍ତି ଆଇପିଏସ ପ୍ରକାଶ ଆର । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ମୁଁ ଆଜି ଦାୟିତ୍ୱ ନେଇଛି । ଆଜି ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଓ ଆଇଆଇସି ମାନଙ୍କ ସହିତ ଆଲୋଚନା କରିବି ।

ଶାନ୍ତି ଶୃଙ୍ଖଳା ରେ ନିର୍ବାଚନ କୁ ସମାପନ କରିବା ପାଇଁ ଚେଷ୍ଟା କରାଯିବ ।ଆଗାମୀ ନିର୍ବାଚନ ଆମ ପାଇଁ ବଡ଼ ଆହ୍ୱାନ ରହିବ । କଟକର ନାଗରିକମାନଙ୍କ ସହଯୋଗରେ ଆମେ ଭଲରେ ସବୁ କିଛି କରି ପାରିବୁ । ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ଉପରେ ଆମର ମୁଖ୍ୟ ନଜର ରହିବ । ବଡ଼ ବଡ଼ ଅପରାଧୀମାନଙ୍କ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।