ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦେବୀ ମିଶ୍ର କହିଛନ୍ତି, ୫ଟି ସଚିବ ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ ।
ସୂଚନାଥାଉ କି, ପ୍ରଶାସନିକ ସେବାରୁ ସ୍ୱେଚ୍ଛକୃତ ଅବସର ନେବା ପରେ ପାଣ୍ଡିଆନଙ୍କୁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆ ଯାଇଥିଲା । ଏହା ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ବିଜେଡିରେ ମିଶିଥିଲେ । ସେବେଠାରୁ ପାଣ୍ଡିଆନ ୨୦୨୪ ନିର୍ବାଚନ ଲଢିବେ ବୋଲି କୁହାଯାଇ ଆସୁଥିଲା । ହେଲେ ସବୁ ହିସାବର ପୂର୍ଣ୍ଣଚ୍ଛେଦ ପକାଇ ଦଳ ପକ୍ଷରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରାଯାଇଛି ।