Image 2024 04 05t112103.408

ହାତ ଛାଡିଲେ ପିସିସି ଉପସଭାପତି ବିଶ୍ୱ ଭୂଷଣ ଦାସ

Politics State

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ ଜଣାପଡିନାହିଁ ।

ବିଶ୍ୱ ଭୂଷଣ ଦାସ ପିସିସି ଉପ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହା ସହ ସେ ୨୦୦୯ ଓ ୨୦୧୯ରେ କାକଟପୁରରୁ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ଲଢିଛନ୍ତି । ସେ ଛାତ୍ର ରାଜନୀତିରେ ବେଶ ସକ୍ରିୟ ରହି ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ । ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ୍ ଦବଦବା ଥିଲା ।

ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ।