Heat Wave

ଆଜି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ

State

ଭୁବନେଶ୍ୱର: ୨୪ ଘଣ୍ଟା ପରେ ରାଜ୍ୟରେ ପୁଣି ବଢ଼ିଲା ତାତି | ଆଜି ୮ ସହରରେ ୪୦ ଡ଼ିଗ୍ରୀ ଛୁଇଁଛି ପାରଦ | ଝାରସୁଗୁଡା ଏବଂ ବାରିପଦାରେ ତାପମାତ୍ରା ସର୍ବାଧିକ ୪୦.୪ଡ଼ିଗ୍ରୀ ଥିବାବେଳେ ବଲାଙ୍ଗୀରରେ ୪୦.୩ଡ଼ିଗ୍ରୀ ସହ ବୌଦ୍ଧ, ନୟାଗଡ, ଭବାନୀପାଟଣା, ତାଳଚେର ଏବଂ ଟିଟିଲାଗଡରେ ତାତି ୪୦ଡ଼ିଗ୍ରୀ ଛୁଇଁଛି | ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକରେ ୩୯.୪ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି |

ରେକର୍ଡ ହୋଇଥିବା ତାପମାତ୍ରା ମୁତାବକ ଚାନ୍ଦବାଲିରେ ୩୯.୬° ସେଲ୍ସିୟସ, ଭୁବନେଶ୍ୱରରେ ୩୯.୪°ସେଲ୍ସିୟସ, ଝାରସୁଗୁଡାରେ ୪୦.୪ ଡିଗ୍ରୀ ସେଲ୍ସିୟସ, ବାଲେଶ୍ୱରରେ ୩୮.୫°ସେଲ୍ସିୟସ, ସମ୍ବଲପୁରରେ ୩୮.୮°ସେଲ୍ସିୟସ, ହୀରାକୁଦରେ ୩୮.୬°ସେଲ୍ସିୟସ, କେନ୍ଦୁଝରରେ ୩୮°ସେଲ୍ସିୟସ, ରାଉରକେଲାରେ ୩୮.୩°ସେଲ୍ସିୟସ, ପୁରୀରେ ୩୩.୫°ସେଲ୍ସିୟସ ରେକର୍ଡ କରାଯାଇଛି |