Img 20240324 Wa0166

ଭଞ୍ଜସେନା ସମର୍ଥିତ ମୟୁରଭଞ୍ଜ ଲୋକସଭା ପ୍ରାର୍ଥୀ ହେଲେ ବାଜୁନ ହାଁସଦା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ର ଅଗ୍ରଣୀ ତଥା ଅଣରାଜନୈତିକ ସଙ୍ଗଠନ ଭଞ୍ଜସେନା ର ପ୍ରତିଷ୍ଠାତା ଶ୍ରୀ କଳିଙ୍ଗ କେଶରୀ ଜେନା ଙ୍କ ଆହ୍ବାନ ରେ ଜିଲ୍ଲା ତମାମ ପଦାଧିକାରୀ ଓ କାର୍ଯ୍ୟ କର୍ତ୍ତା ମାନଙ୍କୁ ନେଇ ଏକ ବୈଠଳ ଆଜି ଅନୁଷ୍ଠିତ ହୋଇ ଯାଇଅଛି l ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ର ସ୍ବାର୍ଥ ପାଇଁ ଏବଂ ମୟୂରଭଞ୍ଜ ର ବିକାଶ ପାଇଁ ଭଞ୍ଜସେନା ସିଧାସଳଖ ଅଂଶ ଗ୍ରହଣ କରିବ ଏଵଂ ଭଞ୍ଜସେନା ର ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ଙ୍କୁ ସର୍ବ ସମ୍ମତି କ୍ରମେ ଲୋକସଭା ପ୍ରାର୍ଥୀ ଭାବେ ସ୍ଥିର କରାଯାଇଛି | ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇ ଥିବା ସାମ୍ୱାଦିକ ସମ୍ମିଳନୀ ରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଲୋକସଭା ପ୍ରାର୍ଥୀ ଭାବେ ବାଜୁନ ହାଁସଦା ଙ୍କୁ ଘୋଷଣା କରିବା ସହ ଆଗାମୀ ଦିନ ରେ ଭଞ୍ଜସେନା ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାରଙ୍କ ଦ୍ୱାରା ମୟୁରଭଞ୍ଜ ପ୍ରତି ହୋଇ ଆସୁଥିବା ବୈମାତୃକ ମନୋଭାବ ବାବଦରେ ଜିଲ୍ଲାର ସମସ୍ତ ବ୍ଲକ୍ ଓ ପଞ୍ଚାୟତ ସ୍ତରୀୟ ନିର୍ବାଚନୀ ସଭା କାର୍ଯ୍ୟ କରି ଲୋକଙ୍କ ପାଖକୁ ପହଞ୍ଚାଇବ ବୋଲି ଆଜି ମତପ୍ରକାଶ ପାଇଥିଲା |

ଆଜିର କାର୍ଯ୍ୟକ୍ରମ ରେ ଭଞ୍ଜସେନା କାର୍ଯ୍ୟକାରୀ ଅଧକ୍ଷ ସଂଜୀବ ରାଉତ,ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ଜିଲ୍ଲା ସଭାପତି ପିଣ୍ଟୁ ମାଈତି, ବାମନଘାଟି ଉପଖଣ୍ଡ ସଂଯୋଜକ ଅଞ୍ଜନ ବରାଳ,ଜିଲ୍ଲା ଓବିସି ଶାଖା ସଭାପତି ରାକେଶ ବେହେରା, ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା, ଜିଲ୍ଲା ସୋସିଆଲ ମେଡ଼ିଆ ମୁଖ୍ୟ ସନ୍ତୋଷ ଗିରି,ଜିଲ୍ଲା ମହିଳା ସଭାନେତ୍ରୀ କନିକା ବୋଷ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ,ଜିଲ୍ଲା ଯୁବ ଶାଖା ସଭାପତି ସୌମ୍ୟରଞ୍ଜନ ମିଶ୍ର,ଜିଲ୍ଲା ଉପସଭାପତି ରାକେଶ ମହାନ୍ତି, ଇଂ ରମଜାନ ବେଗ, ଜିଲ୍ଲା ଆଦିବାସୀ ଶାଖା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ମୁର୍ମୁ,ବାରିପଦା ଉପଖଣ୍ଡ ସଂଯୋଜକ ପାରିତୋଷ ବାରିକ,ବାରିପଦା ଉପଖଣ୍ଡ ସଭାପତି ଜ୍ୟୋତିରଞ୍ଜନ ପୃଷ୍ଟି, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ, କପ୍ତିପଦା ଉପଖଣ୍ଡ ଶାଖା ସଭାପତି ରବିନ ମହାନ୍ତି, କପ୍ତିପଦା ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସଞ୍ଜୟ ହାଁସଦା, ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ଟୁଡୁ,ବାଙ୍ଗିରିପୋଷି ବ୍ଲକ ସଭାପତି ସତ୍ୟ ପ୍ରକାଶ ମହାନ୍ତି, ସାରସକଣା ବ୍ଲକ ସଭାପତି ମଳୟ ନାୟକ,ବାରିପଦା ଉପଖଣ୍ଡ ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ,ଜାମଦା ବ୍ଲକ ସମ୍ପାଦକ ଭାଗବତ ହେମ୍ବ୍ରମ,ମହିଳା ସଂଗଠକ ସୁଭଦ୍ରା ହେମ୍ବ୍ରମ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ |