Onn 3

ବଜ୍ରପାତ ନେଲା ୪ ଜୀବନ

State

ଭୁବନେଶ୍ୱର: ରାଜ୍ୟର ୨ଟି  ପୃଥକ ସ୍ଥାନରେ ଆଜି ବଜ୍ରପାତ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଛି   । ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବାବେଳେ ଜଣେ ୯ମ ଶ୍ରେଣୀ ଛାତ୍ର ଅଛନ୍ତି । ଏହାବ୍ୟତୀତ  ୨ ଜଣ  ଗୁରୁତର ହୋଇପଡିଛନ୍ତି।   ଅନୁଗୋଳ ଜିଲ୍ଲାରେ ବଜ୍ରପାତ ଘଟି ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ  କୋରାପୁଟ ଜିଲ୍ଲାରେ ମା’ ଆଉ ପୁଅଙ୍କର ମୃତ୍ୟୁ ଘଟିଛି।

ଅନୁଗୋଳ ଜିଲ୍ଲାରେ ବଜ୍ରପାତରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି ।   ସେମାନେ ହେଲେ ସୁଷମା ବେହେରା ଓ ପେନି ବେହେରା। ଏଥିସହିତ ୨ ଜଣ ଆହତ ହୋଇଛନ୍ତି ।  ଆହତ ଦ୍ୱୟ ହେଲେ ଅଜୟ ବେହେରା ଓ କୁଆଁରୀ ବେହେରା। ଏମାନେ ସମସ୍ତେ ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗାଁର।  ଏମାନେ କାଠ ସଂଗ୍ରହ କରି ଫେରୁଥିବା ବେଳେ ଗାଁ ପାଖ ଆସପଣ୍ଡ ପାଖରେ ବଜ୍ରପାତ ହୋଇଥିଲା।  ସୁଷମା ଓ ପେନିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ  ଅଜୟ ଓ କୁଆଁରୀ ଆହତ ହୋଇଥିଲେ  । ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ବଜ୍ରପାତରେ ଜଣେ ନବମ ଶ୍ରେଣୀ ଛାତ୍ର ଓ ତାଙ୍କ ମା’ଙ୍କର ମୃତ୍ୟୁ ଘଟିଛି ।  ମୃତକ ଦ୍ୱୟ ହେଲେ ଗାଁର ଲିଙ୍ଗରାଜ ହାଲବାଙ୍କ ପତ୍ନୀ ଦୁରୁବତୀ   ଓ ପୁଅ ଦୀପକ  । ଲିଙ୍ଗରାଜଙ୍କ ସହ ପତ୍ନୀ ଓ ପୁଅ  ଜମିରେ କାମ କରୁଥିଲେ। ହେଲେ ବର୍ଷା ସହିତ ଘଡ଼ଘଡ଼ି ହେବାରୁ   ଲିଙ୍ଗରାଜ ଜମିରୁ ଯାଇ ଏକ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ହେଲେ ଦୁରୁବତୀ ଓ ଦୀପକ ସେଠାକୁ ଗଲା ବେଳେ ବଜ୍ରପାତ ହୋଇଥିଲା । ଲିଙ୍ଗରାଜଙ୍କ ଆଖି ସାମ୍ନାରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। ସେମାନଙ୍କୁ ବୋରିଗୁମ୍ମା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାଥାଉ କି, ଦୀପକ ଦଶମ ଶ୍ରେଣୀର ଛାତ୍ର ଥିଲେ ।  ସେ ପାଠ ପଢା ସହ ଚାଷ କାମରେ ବି ବାପାମା’ଙ୍କୁ  ସହଯୋଗ କରୁଥିଲେ।