Unnamed E1520050436744 1200x675

ନବୀନ ନିବାସରେ ବିଭିନ୍ନ ଲୋକସଭା କ୍ଷେତ୍ର ପାଇଁ ସମୀକ୍ଷା ବୈଠକ

Politics State

ଭୁବନେଶ୍ବର: ନବୀନ ନିବାସରେ ଆଜି ସମ୍ବଲପୁର, ସୁନ୍ଦରଗଡ଼ ଓ ଢେଙ୍କାନାଳ ପରେ ଲୋକସଭା ସଂସଦୀୟ କ୍ଷେତ୍ର ଓ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଯାଜପୁର ଲୋକସଭା ସଂସଦୀୟ କ୍ଷେତ୍ରର ସାଂସଦ, ବିଧାୟକ ଓ ଦଳର ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି। ଯାଜପୁର ଟାଉନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ । ଏହାସହ କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବଡ଼ଚଣା ବିଧାୟକ ଅମର ଶତପଥୀ, ବରି ବିଧାୟୀକା ସୁନନ୍ଦା ଦାସ, ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ସୁକିନ୍ଦାରୁ ପ୍ରତିରଞ୍ଜନ ଘଡେ଼ଇ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଉପସ୍ଥିତ। ଏହି ବୈଠକ ଶେଷ ପରେ କଟକ ଓ ଜଗସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀର ବୈଠକ ହେବ ।

ସୂଚନାଯୋଗ୍ୟ, ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। ବୈଠକ ପରେ ବିଧାୟକ ରୋହିତ ପୂଜାରୀ କହିଛନ୍ତି ୭ଟି ବିଧାନସଭା ସହ ଲୋକସଭା ଆସନ ପାଇଁ ମଧ୍ୟ ଆଲୋଚନା ହୋଇଛି। ଲୋକସଭାରୁ କିଏ ଲଢ଼ିବେ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେବେ। ବୈଠକରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନବ ଦାସଙ୍କ ପୁଅ ବିଶାଳ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ସାମିଲ ହୋଇଥିଲେ।
ସେହିପରି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡି ନେତା ମଙ୍ଗଳା କିଷାନ, ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼ାଇ, ସାରଦା ନାୟକ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଅଛନ୍ତି। ବୈଠକରେ ସୁନ୍ଦରଗଡ଼ ବିଧାୟକ ଜୁଏଲ ଓରାମଙ୍କୁ ହରାଇବାକୁ ଯୋଜନା କରାଯାଇଛି। ଏହାସହ ଦଳ କିପରି ୭ଟି ବିଧାନସଭା ଆସନରେ ବିଜୟୀ ହେବ, ସେନେଇ ମଧ୍ୟ ସ୍ୱତନ୍ତ୍ର ଯୋଜନା ହୋଇଛି।

ସେହିପରି ଢେଙ୍କାନାଳର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଆଲୋଚନା କରାଯାଉଛି। ବିଧାୟକ ମୁକେଶ ପାଲ, ରଜନୀକାନ୍ତ ସିଂହ, ସୁଧୀର ସାମଲ, ସୀମାରାଣି ନାୟକ, ନୃସିଂହ ସାହୁ, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି।