Onn 3

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ତା- ୨୩ -୩- ୨୦୨୧ ମସିହା ମଇ ୧୩ ତାରିଖରେ ମୟୁରଭଞ ଜିଲା ମୋରଡା ଥାନା ଅଞ୍ଚଳରେ ରେ ଜନୈକା ମହିଳା ଙ୍କ ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ମୋରଡା ଥାନା ଅନ୍ତର୍ଗତ ଫୁଲବାଡିଆ ଗ୍ରାମର ଟୁବୁ ଏଲିଏସ ରାମଚନ୍ଦ୍ର ହାଁସଦା କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬(୧) ଆଇପିସି ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଏବଂ ଦଫା ୩୪୧ ଅନୁଯାୟୀ ପାଞ୍ଚ ସହ ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରଦଣ୍ଡ ରେ ଦଣ୍ଡିତ କରିଛନ୍ତି । ପିଡିତା ଙ୍କ ପକ୍ଷରୁ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ୧୩-୩-୨୦୨୧ ରିଖ ଅପରାହ୍ନ ପାଖାପାଖି ୪ ଟା ସମୟରେ ସିଏ ଘର ପାଖ ଏକ ପଡିଆ କୁ ଶୈାଚ ପାଇଁ ଯାଇଥବା ସମୟରେ ଅଭିଯୁକ୍ତ ରାମଚନ୍ଦ୍ର ହାଁସଦା ତାଙ୍କୁ ଜୋର ଜବରଦସ୍ତ ବଳ ପୂର୍ବକ ଉଠାଇ ନେଇ ପାଖ ଏକ ବୁଦା ମୂଳରେ ଦୁଷ୍କର୍ମ କରିଥିଲା । ଯାହା ଫଳରେ ସିଏ ଗୁରୁତର ଆହାତ ହୋଇଥିଲେ । ଏ କଥା ପିଡୀତା ଘରକୁ ଆସି ତାଙ୍କ ସ୍ୱାମୀ ଙ୍କୁ ଜଣାଇବାପରେ ପରିବାର ବର୍ଗ ଙ୍କ ପକ୍ଷରୁ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ ମୋରଡା ଥାନାରେ କେସ ନମ୍ବର ୬୬/୧୪-୩-୨୦୨୧ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୨ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ଆଇନଜିବୀ ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ ।