Img 20240315 Wa0233

୧୬ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କୁ ଲ୍ୟାପଟପ ବଣ୍ଟନ

State

ବାରିପଦା : ସମଗ୍ର ଶିକ୍ଷା ମୟୂରଭଞ୍ଜ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଦ୍ଵାରା ଜିଲ୍ଲାରେ ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୬ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ମାନଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ରୁ ପ୍ରଦତ୍ତ ଲ୍ୟାପଟପ ସହିତ କଥନ ପୁସ୍ତକ ବଣ୍ଟନ କରାଯାଇଛି। ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ ବାବୁଲି ନାୟକ, ବେତନଟୀ ବ୍ଲକ ଅନ୍ତର୍ଗତ ମହାରାଜା ପୂର୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ମାନସ ରଞ୍ଜନ ଜେନା, ବିଶୋଇ ବ୍ଲକ ଅନ୍ତର୍ଗତ ସରକାରୀ ପଞ୍ଚାଯତ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ମେଘରାୟ ସୋରେନ, ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ଶ୍ରୀମାନ କୌଶିକ ବେହେରା, କପ୍ତିପଦା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ନୂଆସାହିର ଛାତ୍ର ଶ୍ରୀମାନ ସୁଜିତ କୁମାର ବେହେରା, କରଞ୍ଜିଆ ବ୍ଲକ ଅନ୍ତର୍ଗତ ରଘୁନାଥ କଲେଜ, କ।ଦଡ଼ିହାର ଛାତ୍ର ଶ୍ରୀମାନ ଭକ୍ତବନ୍ଧୁ ମହାନ୍ତ, ଚଢେଇଭୋଳ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଏମ ଡି ନିଜାମ, ମୋରଡା ବ୍ଲକ ଅନ୍ତର୍ଗତ ଚିତ୍ରଡା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଯମୁନା ଟୁଡ଼ୁ, ରାସଗୋବିନ୍ଦ ପୁର ବ୍ଲକ ଅନ୍ତର୍ଗତ ସହିଦ ମୋମୋରିଆଲ ମାଧ୍ଯମିକ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅର୍ଚ୍ଚନା ମହାନ୍ତ, ବାଇଧର ବିଦ୍ୟାପୀଠ, ରାସଗୋବିନ୍ଦ ପୁରର ଛାତ୍ର ଶ୍ରୀମାନ ବିବେକ ମୁଖୀ, ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁରର ଛାତ୍ର ଶ୍ରୀମାନ ରତନ ମୁର୍ମୁ, ସାରସକଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଶିରଷାର ଛାତ୍ର ଶ୍ରୀମାନ ଜ୍ଞାନରଞ୍ଜନ ନାଏକ, ଚୈତନ୍ୟ ପ୍ରସାଦ ମାଝି ଉଚ୍ଚ ବିଦ୍ୟାଳୟ ପୋଡାସିଆର ଛାତ୍ର ଶ୍ରୀମାନ ମୃତୁଞ୍ଜୟ ମହାନ୍ତ, ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କାଳିଆପୋସି ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ମିଥୁନ ବେହେରା, ତିରିଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଳବେଡ଼ାର ଛାତ୍ର ଶ୍ରୀମାନ ସୁରଦାସ ବାଦ୍ରା ଓ ଉଦଳା ବ୍ଲକ ଅନ୍ତର୍ଗତ ରାଢୋ ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମାନ ଆୟୁଷ୍ମାନ ବେହେରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରୁ ଲାପଟପ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ବାଙ୍ଗିରିପୋଷି ବ୍ଲକର ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ବିରେନ୍ଦ୍ର କୁମାର ସାହୁ, ଉଦଳା ବ୍ଲକର ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ନିର୍ମଲ ଚନ୍ଦ୍ର ସାହୁ ସହଯୋଗ କରିଥିଲେ ।

Img 20240315 Wa0214