ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ କେନାଲକୁ ଗାଧୋଇବାକୁ ଆସିଥିଲେ ଜୟଦେବ । ଗାଧୋଇବା ସମୟରେ ତାଙ୍କର ଗୋଡ ଖସିଯିବାରୁ ସେ ପାଣିରେ ପଡିଯାଇଥିଲେ । କେନାଲର ପ୍ରଖର ସୁଅରେ ଭାସିଯାଇଥିଲେ ଜୟଦେବ । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନଥିବା ବେଲେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ ।
