ଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କୋଶ୍ଚିନ । ଏବଂ କୋଶ୍ଚିନ ଅନ୍ ଓମେନ ସେପ୍ଟି । ପଛପଟେ କେତେ ମାସରେ କେତେ ଗଣଦୁଷ୍କର୍ମ ହୋଇଛି ଏବଂ ୫ ବର୍ଷରେ କେତେ ମହିଳା ଏବଂ ଶିଶୁ ନିଖୋଜ ହୋଇଛନ୍ତି ତାହା ଉଲ୍ଲେଖ ରହିଛି ।
ଏଭଳି ସବୁ କରି ସରକାରଙ୍କୁ ଉପହାସ କରି ଚାଲିଛନ୍ତି କଂଗ୍ରେସ ବିଧାୟକ । କହିରଖୁଛୁ ପୋଲିସ ସହ ଧସ୍ତାଧସ୍ତି ପରେ ମଧ୍ୟ ନଛୋଡବନ୍ଧା ରାଜ୍ୟ କଂଗ୍ରେସ । ରାଜ୍ୟରେ ମହିଳା ଓ ଶିଶୁ ନିର୍ଯାତନା ଘଟଣା ଓ ଦୁଷ୍କର୍ମ ଘଟଣାରେ କଂଗ୍ରେସର ପ୍ରତିବାଦ ତୀବ୍ର ହେଉଛି ।