Img 20240314 Wa0209

୮ମ ବାର୍ଷିକ ସି ପି ଏଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

sports

ବାରିପଦା: ସ୍ଥାନୀୟ କଲେଜ ପଡିଆରେ ୮ମ ବାର୍ଷିକ ସି ପି ଏଲ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି I ଉଦଘାଟନୀ ମ୍ୟାଚରେ ଜଗନ୍ନାଥ ୱାରିୟାର୍ସ ମା’ ହିଙ୍ଗୁଳା ଫାଇଟର୍ସକୁ ୪ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମା’ ହିଙ୍ଗୁଳା ଫାଇଟର୍ସ ୧୦ ଓଭରରେ ୯ ଉଇକେଟ ହରାଇ ୧୧୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ରଥୁ ନାଏକ ୪୧, ଶୁଭ ପ୍ରସାଦ ୩୩ ଓ ଶୁଭେନ୍ଦୁ ଦାସ ୨୭ ରନ କରିଥିବା ବେଳେ ବିପକ୍ଷ ଦଳର ସୁଵିତ ସେଠି ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଜଗନ୍ନାଥ ୱାରିୟାର୍ସ ୯.୪ ଓଭରରେ ୬ ଉଇକେଟ ହରାଇ ୧୧୪ ରନ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁଧାକର ନାଏକ ୩୫ ଓ ଶିବପ୍ରକାଶ ପାତ୍ର ଏବଂ ପ୍ରୀତିଦେବ ଜେନା ୨୮ ରନ ଲେଖାଏଁ ସଂଗ୍ରହ କରିଥିଲେ I କେ ଇନ୍ଦ୍ରଜିତ ପ୍ରସାଦ ଓ ଲକ୍ଷ୍ମୀଧର ସିଂ ଖେଳ ପରିଚାଳନା କରିଥିବା ବେଳେ ମାନସ ପାଣ୍ଡଵ ସ୍କୋରିଙ୍ଗରେ ସହାୟତା କରିଥିଲେ I ପଙ୍କଜ ମହାକୁଡ଼ ଓ ବୁବୁନ ବାରିକ ଧାରବିବରଣୀ ଦେଇଥିଲେ I ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ଉପ ନଗରପାଳ ସୀମା ଦାସ, ଇ ବିପ୍ଳବ ଭୁଗୁଡେଇ ଓ ସିନେ ପ୍ରଯୋଜକ ସଂଜୀବ ଦ୍ବିବେଦୀ, ପୂର୍ବତନ କାଉନସିଲର ଦେବାଶିଷ ଦାସ, ସମାଜସେବୀ ଦୀପା ରାଉତରାୟ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ୨୪ ତାରିଖ ଦିନ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଆୟୋଜକ ଜିତ ପଟ୍ଟନାୟକ ଜଣାଇଛନ୍ତି I