Img 20240723 Wa0270

ଅନ୍ତର୍ଜାତୀୟ ୨ ରଗବୀ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

sports

ବାରିପଦା: ଜୁନ୍ ମାସ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସଠାରେ ଅନୁଷ୍ଠିତ ହୋଇଥିବା ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସ୍ତରୀୟ ରଗବୀ ପ୍ରତିଯୋଗିତାରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରି ପ୍ରତ୍ୟାବର୍ତ୍ତନ କରିଥିବା ମୟୁରଭଞ୍ଜ ଜିଲ୍ଲାର ସନ୍ଧ୍ୟାରାଣୀ ଟୁଡୁ ଓ ଡୁମୁନି ମାର୍ଣ୍ଡୀଙ୍କୁ ଜିଲ୍ଲାପାଳ ଦତ୍ତIତ୍ରେୟ ଭାଉସାହେବ ଶିନ୍ଦେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ଏବଂ ଉଭୟ ଖେଳାଳିଙ୍କୁ ପ୍ରତ୍ସାହନ ରାଶି ସ୍ୱରୂପ ୧୦ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି I ଫ୍ୟୁଚର ଷ୍ଟାର ସ୍ପୋର୍ଟ ଏକାଡେମୀ ତରଫରୁ ମଧ୍ୟ ଜିଲ୍ଲାପାଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ତତସହିତ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଦୌଲତ ଚନ୍ଦ୍ରକାର, ଉଦୟନାଥ ମହାପାତ୍ର, ଉପ ଜିଲ୍ଲାପାଳ ଈଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ପ୍ରମୁଖ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ସନ୍ଧ୍ୟାରାଣୀ ବାରିପଦା ବ୍ଲକ୍ ଅନ୍ତର୍ଗତ ରାଧିକାଶୋଳ ଲକ୍ଷ୍ମୀଧର ଟୁଡୁ ଓ ଫୁଲମଣୀ ଟୁଡୁଙ୍କ କନିଷ୍ଠ ଝିଅ ହୋଇଥିବା ବେଳେ ଡୁମୁନି କୁଳିଅଣା ବ୍ଲକ ଅନ୍ତର୍ଗତ ଗେଣ୍ଡାପୋଖରୀ ଗ୍ରାମର ଦୁଲବ କିଶୋର ମାର୍ଣ୍ଡି ଓ ସାଲଖା ମାର୍ଣ୍ଡିଙ୍କ ଝିଅ ଅଟନ୍ତି। ସନ୍ଧ୍ୟାରାଣୀ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀରେ ରହି ଖେଳ ଜାରି ରଖିଥିବା ବେଳେ ଡୁମୁନି ଭୁବନେଶ୍ଵର ସ୍ଥିତ କିସ୍ ବିଦ୍ୟାଳୟରେ ପ୍ରଶିକ୍ଷଣ ନେଉଥିଲେ । ପୂର୍ବରୁ ଦୁହେଁ ବହୁ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିଧ୍ଵନିତ କରି ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଭାରତ ପ୍ରଥମ ଥର ପାଇଁ ବିଶ୍ଵ ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନବମ ସ୍ଥାନରେ ରହିଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ସଂଘର ସମ୍ପାଦକ ବିଜୟ କୁମାର ଦାସ, ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ତଥା ସମାଜସେବୀ ଅମର ସେଠୀ, ଉପଦେଷ୍ଟା ସୋମନାଥ ସିଂ, ଜିଲ୍ଲାଶିକ୍ଷା କ୍ରୀଡ଼ା ଅଧିକାରୀ ଭାଗିରଥି ମଲ୍ଲିକ ଓ ଏକାଡେମୀ ପ୍ରତିଷ୍ଠାତା ଦିବ୍ୟରଞ୍ଜନ ଦାସ, କୋଚ ଚନ୍ଦନ ସିଂ ଓ ତରଣୀସେନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ I