Amit Shah 1560747950

ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି ନେତା

State

ଭୁବନେଶ୍ୱର : ମେଣ୍ଟ ଚର୍ଚ୍ଚା ମଧ୍ୟରେ ଦିଲ୍ଲୀରେ ଅମିତ ଶାହଙ୍କୁ ଭେଟିଲେ ଓଡ଼ିଶା ବିଜେପି କୋର୍ ଗ୍ରୁପ୍ ନେତା । ଅମିତ ଶାହଙ୍କ ବାସଭବନରେ ଭେଟି ଆଲେଚନା କରିଛନ୍ତି କୋର ଗ୍ରୁପ୍ ନେତା । ବିଜେପି ଆଜି ଦଳର ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ଆସନ ତାଲିକା ପ୍ରକାଶ କରିବାକୁ ଯାଉଥିବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ବିଜେପି- ବିଜେଡି ମେଣ୍ଟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସାଂସଦ ଜୁଏଲ ଓରାମ ସାକ୍ଷାତ ବେଳେ ଉପସ୍ଥିତ ରହିଥିଲେ । ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ଉପସ୍ଥିତ ରହିଛନ୍ତି । ପୂର୍ବରୁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ମେଣ୍ଟ ସଂପର୍କରେ କୌଣସି ଆଲୋଚନା ହୋଇନଥିବା କହିଥିଲେ ମନମୋହନ ସାମଲ ।