Ed Office Bhubaneswar

EDରେ ହାଜର ହେଲେ ବ୍ୟବସାୟୀ ସାଗର ରାୟ

Crime State

ଭୁବନେଶ୍ୱର : ଅର୍ଥତର୍ତ୍ତ୍ବ ଚିଟ୍ ଫଣ୍ଡ ମାମଲାରେ ଆକ୍ସନ୍ ମୋଡରେ ଇଡି । EDରେ ହାଜର ହୋଇଛନ୍ତି ବ୍ୟବସାୟୀ ସାଗର ରାୟ । ବ୍ୟବସାୟୀ ଭିନିତ ଲଲାନିଙ୍କୁ ମାରାଥନ ଜେରା । ପ୍ରଥମ ପର୍ଯ୍ୟାୟ ଜେରା ପରେ ଏବେ ଦ୍ଵିତୀୟ ପର୍ଯ୍ୟାୟ ଜେରା । ମାର୍ଚ୍ଚ ୭ ତାରିଖରେ ଅର୍ଥତର୍ତ୍ତ୍ବ ଚିଟଫଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଘରେ ଚଢ଼ାଉ କରିଥିଲେ ଇଡି । ଭୁବନେଶ୍ବର ୬ଟି ସ୍ଥାନ ସମେତ ବ୍ରହ୍ମପୁର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା ଇଡି । ଚଢ଼ାଉ ସମୟରେ ଇଡି ୩୫ ଲକ୍ଷ ଟଙ୍କାର ଏକ ଅଡ଼ି କାର ସହ ୨୩ ଲକ୍ଷ ନଗଦ ଟଙ୍କା, ୨୪ ଲକ୍ଷ ୧୫ ହଜାର ଟଙ୍କାର ସୁନା ଗହଣା ସହ ଅପଡେଟ୍ ବ୍ୟାଙ୍କ ଚେକ୍ ସହ ସେଲ ଡିଡ଼ ଏଗ୍ରିମେଣ୍ଟ ଓ ଡିଜିଟାଲ ପ୍ରମାଣ ପତ୍ର ଜବତ କରିଥିଲା । ଚଢ଼ାଉ ପରେ ଏଟି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା ।