Fire 4 1

ଜଳିଗଲା ସେବାସମବାୟ ସମିତି, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ

State

ଜଳେଶ୍ୱର: ଅଗ୍ନିକାଣ୍ଡରେ ଜଳିଗଲା ସେବାସମବାୟ ସମିତି ।  ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ନଷ୍ଟ ।  ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ସେବାସମବାୟ ସମିତିରେ ନିଆଁ ଲାଗିବାରୁ ଚାଷୀଙ୍କ ବହୁ ଗୁରୁତ୍ବପୂର୍ଣ୍ଣ କାଗଜ ସହ କଂପ୍ୟୁଟର ହାର୍ଡଡିକ୍ସ, ଆଲମିରା ଜଳିପୋଡି ନଷ୍ଟ ହୋଇଯାଇଛି ।  ଆଜି ଭୋର ପ୍ରାୟ ୩ଟା ବେଳେ କୌଣସି କାରଣ ଯୋଗୁ ସେବା ସମବାୟ ସମିତିରେ ନିଆଁ ଲାଗିଯାଇଥିଲା । ତେବେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନି।

ଅନ୍ୟପଟେ ବିଭିନ୍ନ ଦାବି ପୂରଣ ନିମନ୍ତେ ଭୋଗରାଇଠାରେ ଚକପଳାସିଆ ସେବାସମବାୟ ସମିତି କର୍ମଚାରୀମାନେ ଧାରଣାରେ ଅଛନ୍ତି । ଘଟଣାର ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛି ।