Screenshot 57 750x375

ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

State

ଭୁବନେଶ୍ୱର: ଓଡ଼ିଶାରୁ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ।  ୮୫ ହଜାର କୋଟି ଟଙ୍କାର ୬ ହଜାର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ୧୦ଟି ବନ୍ଦେ ଭାରତ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ଭୁବନେଶ୍ବରରୁ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର , ପାଲାସା, ଶ୍ରୀକାକୁଲମ ଦେଇ ବିଶାଖାପାଟଣା ଯାଏ ଗଡ଼ିବ ଟ୍ରେନ୍ । ଶନିବାରକୁ ଛାଡି ଅନ୍ୟ ସମସ୍ତ ଦିନ ଏହି ଟ୍ରେନ ଚାଲିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡିଶାରେ ୪୧ ଟି ” ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ” (OSOP) ଷ୍ଟଲ୍ କୁ ଉତ୍ସର୍ଗ କରିଛନ୍ତି  । ସେହିପରି ଖୋର୍ଦ୍ଧା ରୋଡ ଷ୍ଟୋସନରେ ଏକ ଜନ ଔଷଧୀ କେନ୍ଦ୍ରର ମଧ୍ୟ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।