Img 20240309 Wa0226

ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା

State

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ତାରିଖ ୦୯.୦୩.୨୦୨୪ ଦିନ ମୟୁରଭଞ୍ଜ ଜିଲ୍ଲାପାଳ ଙ୍କ କାର୍ଯାଳୟ ପରିସର ରେ ଥିବା ସମ୍ମିଳନୀ କକ୍ଷରେ ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରା ଯାଇଛି I ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାଵ ସିନ୍ଧେ ଉପସ୍ଥିତ ରହି ହିତାଧିକାରୀଙ୍କୁ ଡୋମି ଚେକ ମାଧ୍ୟମରେ ଉକ୍ତ ସହାୟତା ପ୍ରଦାନ କରିଥିଲେ I ଏହି ଯୋଜନା ଅଧିନରେ ଦାରିଦ୍ର ସୀମାରେଖା ତଳେ ରହୁଥିବା ଶିଶୁ ମାନଙ୍କୁ ଯେଉଁ ମାନେ ବୈଷୟିକ ଶିକ୍ଷା ଗ୍ରହଣ କରୁଛନ୍ତି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରା ଗଲା I ଏମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଡାକ୍ତରୀ ପାଠ ପଢ଼ୁଥିବା ବେଳେ ଜଣେ ଡିପ୍ଲୋମା ଦୁଇ ଜଣ ବି.ସସ ସି ନର୍ସିଙ୍ଗ ଏବଂ ଜଣେ ବି.ଟେକ ପଢୁଛନ୍ତି I

ଉକ୍ତ ରାଶି ସିଧା ସଳକ ପାଠ ପଢ଼ୁଥିବା ଅନୁଷ୍ଠାନ କୁ ପ୍ରଦାନ କରା ଯାଇଛି I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୨୩ ରେ କୃତି କାର୍ଯ୍ୟ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ପୁରସ୍କୃତ କରିଥିଲେ I କାର୍ଯ୍ୟ କ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଣି ଶ୍ରୀମତୀ ମମତା ମୟୀ ବିଶ୍ୱାଳ ପରିଚାଳନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ସେବା ) ଶ୍ରୀ ଆମର କୁମାର ଦେ , ପରାମର୍ଶଦାତା ଶ୍ରୀ ଦିଲୀପ କୁମାର ପଣ୍ଡା, କୋଷାଧକ୍ଷ ଶ୍ରୀ ବ୍ରଜ କିଶୋରେ ଖୁଣ୍ଟିଆ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ I