Krush

ଯାହାର ମାସିକ ଆୟ ୧୦ ହଜାର ସେମାନେ ରାସନ୍‌କାର୍ଡ ଫେରାନ୍ତୁ

State

ଭୁବନେଶ୍ୱର: ଯଦି ରୋଜଗାର ୧୦, ୧୫ ହଜାରରୁ ଅଧିକ ଅଛି, ତାହେଲେ ତୁରନ୍ତ ରାସନ୍ କାର୍ଡ ଫେରା। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି ସେମାନେ କାର୍ଡ ଫେରାଇ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏବେ ଅପିଲ କରୁଛୁ କାର୍ଡ ଫେରାଇ ଦିଅନ୍ତୁ। ପରେ ଆଉ ଥରେ ଯାଞ୍ଚ ହେବ। ସେଥିରେ ଧରା ପଡ଼ିଲେ କାର୍ଯ୍ୟନୁଷ୍ଠାନ ନିଆଯିବ।

ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ପାଖପାଖି ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାରରୁ ଅଧିକ କାର୍ଡ ଫେରେଇଲେଣି। ଏବେ ବି ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଉଛନ୍ତି। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟାଯାଇଛି ।

ଏଥିସହିତ ନୂଆ ଆବେଦନ ପାଇଁ ଗତକାଲିଠୁ ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ । ଆୟକର ଫାଇଲ ଦେଉଥିବା ହିତାଧିକାରୀଙ୍କ ବି ଫିଜିକାଲ ଭେରିଫିକେସନ କରି କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି।