Img 20240309 Wa0206

ମହାଶିବରାତ୍ରି ଉପଲକ୍ଷେ ସଚ୍ଚିଦାନନ୍ଦ ଗୁରୁକୁଳ ତରଫରୁ ଶ୍ରଦ୍ଧାଳୁଙ୍କୁ ସେବା ଓ ସହଯୋଗ

State

ବାରିପଦା: ବାରିପଦାର ବିଭିନ୍ନ ଶୈବପୀଠ ରେ ଜାଗରଯାତ୍ରା ପାଳିତହୋଇଯାଇଛି l ଏହି ଅବସରରେ ବାରିପଦା ମୁର୍ଗାବାଡିସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବାରୁଣୀ ଶୈବପୀଠର ଶ୍ରଦ୍ଧାଳୁ ମାନଙ୍କୁ ସରବତ ବଣ୍ଟନ କରାଯାଇଥିଲା l ତା ସହିତ ଭୁଗୁଡ଼ାକଟା ସ୍ଥିତ ଆଖଣ୍ଡଳମଣି ଶିବ ମନ୍ଦିର ଓ ରାମମନ୍ଦିରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ସହିତ ସେବା ଯୋଗାଇ ଥିଲେ l ସେଠାରେ ଉପସ୍ଥିତଥିବା ଭକ୍ତମାନଙ୍କୁ ବିଭିନ୍ନ ଆଧ୍ୟାତ୍ମିକ ପ୍ରଶ୍ନ ପଚରାଯାଇ ତାଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ ମନ୍ଦିରଗୁଡିକର ଉନ୍ନତି ପାଇଁ ଓ ଶ୍ରଦ୍ଧାଳୁ ମାନଙ୍କୁ ବର୍ଷସାରା ସେବା ଯୋଗାଇଆସୁଥିବା ସମାଜସେବୀ ତ୍ରିଲୋଚନ ବେହେରାଙ୍କୁ ସଂମ୍ମାନିତ କରାଯାଥିଲା l ଅନ୍ୟମାନଙ୍କ ମଧ୍ୟରୁ ଓଡିଶୀ ନୃତ୍ୟାଗିନୀ ଅନ୍ୱେଷା ଗିରି ତାଙ୍କ ନୃତ୍ୟ ରେ ସମସ୍ତଙ୍କୁ ମହିତ କରିଦେଇଥିଲେ l

ତହସିଲଦାର ସତ୍ୟବାନ ନାୟକ ମୁଖ୍ୟଅଥିତି, ୱାର୍ଡ କାଉସିଲର ଲଷ୍ମୀଧର ହାବୋଡା, ସମାଜସେବୀ ସରୋଜ ପାତ୍ର, ମୁଶୋଳ ଚନ୍ଦ୍ର ବେରା, ଶତ୍ରୁଘନ ଜେନା ଓ ଚିତ୍ତରଞ୍ଜନ ଭୁଜବଳ ସମ୍ମାନିତ ଅଥିତିରୂପେ ଯୋଗ ଦେଇଥିଲେ l ସଚ୍ଚିଦାନନ୍ଦ ଗୁରୁକୁଳର ଅଧ୍ୟକ୍ଷ ଅଜିତ ବେହେରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୁଗୁଡ଼ାକଟା ଚେରିଟେବୁଲ ଟ୍ରଷ୍ଟର ସଭାପତି ସୁରେଶ ଭୁଜବଳ ଧନ୍ୟବାଦ ଅର୍ପଣ କରିଥିଲେ l

ଶିବାଙ୍ଗି ଖଣ୍ଡେଲୱାଲ, ପଦ୍ମାବତୀ ଦାଶ, ଗାୟତ୍ରୀ ଦାସ ଓ କାତ୍ୟାୟିନୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଆଖଣ୍ଡଳମଣି ଶିବ ମନ୍ଦିର ମୁଖ୍ୟ ପରିଚାଳକ ଶିବଶଙ୍କର ଘୋଷ, ସଚ୍ଚିଦାନନ୍ଦ ସେବା ଟ୍ରଷ୍ଟର ଦୁଇ ଟ୍ରଷ୍ଟି ଉର୍ମିଳା ବେରା ଓ ସବ୍ୟସାଚୀ ପଲେଇ, ନରେନ୍ଦ୍ରନାଥ ନାଏକ, ରାହୁଲ ସିଂ, ସୀତାକାନ୍ତ ନାୟକ, ବିକାଶ ପାତ୍ର, ପ୍ରଶାନ୍ତ ମିଶ୍ର, ଅମ୍ରିତା ଧର, ଅଙ୍କିତା ଧର, ଲାଲୁ ଟୁଡୁ, ଭବେଶ ବେହେରା, ଦେବାଂଶୁ ମାଈତି, ଆକାଶ ସିଂ, ହେମନ୍ତ ଦାଶ, ଆୟୁଷ ହାଁସଦା ପ୍ରମୁଖ ସହଯୋଗ କରିଥିଲେ l