Img 20240309 Wa0239

ପବିତ୍ର ମହାଶିବରାତ୍ରି ଅବସରରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

State

ବାରିପଦା : ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୧ ନଂ ୱାର୍ଡ ର ବୁଢ଼ୀଖମାରୀ ଶାସନ ସ୍ଥିତ ବାବା ଜୀବନେଶ୍ୱର ମହାଦେବ ମନ୍ଦିର ପରିସରରେ ଶତାଧିକ ମା’ ଭଉଣୀ ଅଖଣ୍ଡ ଦୀପ ଜାଳି ନିଜ ନିଜ ପରିବାରର ସୁଖ ମନାସିଥିଲେ I ଶହେ ବର୍ଷରୁ ଉର୍ଦ୍ଧ ଏହି ମନ୍ଦିରର ଏକଦା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସ୍ବର୍ଗତ ନୀଳକଣ୍ଠ ବେହେରା, ସ୍ୱ. ଯାମିନୀକାନ୍ତ ମିଶ୍ର, ସ୍ଵ. ଅଜୟ କୁମାର ମିଶ୍ର, ସ୍ଵ. ସୁରେଶ ଚନ୍ଦ୍ର ଷଢଙ୍ଗୀ, ସ୍ଵ. ଅବନୀକାନ୍ତ ମିଶ୍ର, ସ୍ଵ. ପ୍ରଭାକର ଦାଶ, ସ୍ଵ. ପ୍ରଶାନ୍ତ ଦାଶ, ସ୍ଵ. ସୋମନାଥ ମିଶ୍ର ଓ ସ୍ଵ. ଶ୍ରୀନିବାସ କରଙ୍କ ସମେତ ୯ ଜଣଙ୍କ ଅବର୍ତ୍ତମାନରେ ତାଙ୍କ ପରିବାରବର୍ଗଙ୍କୁ ନିଆରା ଢଙ୍ଗରେ ସମ୍ବର୍ଦ୍ଧିତ କରାଯାଇଛି I ସ୍ଥାନୀୟ କାଉନସିଲର ସୁକେଶିନୀ ସେଠୀଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ହାତରେ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା I ବର୍ଷସାରା ମନ୍ଦିର ପ୍ରାଙ୍ଗଣରେ ଭାଗବତ ଟୁଙ୍ଗିଟିଏ କରି ଭାଗବତ / ପୁରାଣ ଆଲୋଚନା କରିଆସୁଥିବା କୈଳାଶ ଚନ୍ଦ୍ର ଆଚାର୍ଯ୍ୟ, ତିଲୋତ୍ତମା କର, ସୁଜାତା ମିଶ୍ର, ରେବତୀ ବେହେରା, ଜୟନ୍ତୀ ଷଢଙ୍ଗୀ, ସାବିତ୍ରୀ ବେହେରା, ଅନ୍ନପୂର୍ଣ୍ଣା ସେଠି ଓ ନିର୍ମଳା ଶତପଥୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I

ସେହିପରି ବର୍ତ୍ତମାନ ମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କୈଳାଶ ଚନ୍ଦ୍ର ବେହେରା, ତପନ କୁମାର ଷଢଙ୍ଗୀ, ସତ୍ୟମ ଷଡ଼ଙ୍ଗୀ, ଦେବରାଜ ମିଶ୍ର, ବୈଦ୍ୟନାଥ ମିଶ୍ର, ଭବାନୀ ଶଙ୍କର କର, ଲିଙ୍ଗରାଜ ମିଶ୍ର ଓ ଦେବଦତ୍ତ ମିଶ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ଏହି ମନ୍ଦିର ସମେତ ବେଲଗଡ଼ିଆ ସ୍ଥିତ ପଞ୍ଚାନନ ମନ୍ଦିର ପରିସରରେ ଦୀପ ଜାଳୁଥିବା ସମସ୍ତ ମା ଭଉଣୀ ମାନଙ୍କୁ କାଉନସିଲର ଧୂପକାଠି ପେକେଟ ବଣ୍ଟନ କରିଥିଲେ I ସମାଜସେବୀ ଅମର କୁମାର ସେଠି, ସୋମନାଥ ସିଂହ ଓ ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I