Ff1b4544 Fdc3 47f1 B05a 79c92f73f173 750x430

ଦିଲ୍ଲୀ ମହିଳାମାନଙ୍କୁ ପ୍ରତିମାସରେ ମିଳିବ ୧୦୦୦ ଟଙ୍କା

National & International

ନୂଆଦିଲ୍ଲୀ: ଦିଲ୍ଲୀ ମହିଳାମାନଙ୍କ ପାଇଁ ଖୁସି ଖବର। ଏଣିକି ଦିଲ୍ଲୀର ମହିଳାମାନଙ୍କୁ ପ୍ରତିମାସରେ ୧୦୦୦ଟଙ୍କା ଲେଖାଏଁ ମିଳିବ। ଦିଲ୍ଲୀର କେଜ୍ରିୱାଲ ସରକାର  ୨୦୨୪ ମାର୍ଚ୍ଚ ୪ ତାରିଖ‌ରେ ସୋମବାର ଦିନ ୧୦ମ ବ‌ଜେଟ ଉପସ୍ଥାପନା କରିଛନ୍ତି। ଚଳିତଥର ଦିଲ୍ଲୀ ପାଇଁ ୭୬ହଜାର ‌କୋଟି ଟଙ୍କାର ବଜେଟ ଉପସ୍ଥାପନା କରାଯାଇଛି।

ଏହି ବଜେଟରେ ଦିଲ୍ଲୀ ମହିଳାମାନଙ୍କ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳା ସମ୍ମାନ ଯୋଜନାର ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ମାସରେ ୧୮ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ୧୦୦୦ହଜାର ଟଙ୍କା ଲେଖାଏଁ ମିଳିବ।

ଦିଲ୍ଲୀ ମହିଳାଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ୨୦୨୪-୨୫ ବଜେଟରେ ମହିଳାଙ୍କ ସମ୍ମାନ ଯୋଜନା ଅଧୀନରେ ୨୦୦୦କୋଟି ଟଙ୍କା ବ୍ୟୟ କରାଯାଇଛି। ଏହି ଯୋଜନାର ଲାଭ ଉଠାଇବା ପାଇଁ ମହିଳାଙ୍କ ପାଖରେ ଦିଲ୍ଲୀର ଭୋଟର କାର୍ଡ, ଆଧାରକାର୍ଡ ରହିଥିବା ନିହାତି ଆବଶ୍ୟକ ରହିଛି। ଏଥିସହିତ ଆବେଦନକାରୀଙ୍କୁ ଏକ ଜରୁରୀ ଫର୍ମ ପୁରଣ କରିବାକୁ ହେବ। ଏହି ଫର୍ମରେ ଆବେଦନକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ବି ଦେବାକୁ ପଡ଼ିବ।

ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ସରକାରଙ୍କ ମହିଳା ସମ୍ମାନ ଯୋଜନାର ଲାଭ ଦିଲ୍ଲୀର ସରକାରୀ କର୍ମଚାରୀ ଉଠାଇ ପାରିବେ ନାହିଁ।