ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭାରେ ସମ୍ୱୋଧନ କରି ସିଏମ୍ ଯୋଗୀ ଆଦିତ୍ୟନାଥ ମହାକୁମ୍ଭର ସଫଳ ଆୟୋଜୱନ କଥା କହିଛନ୍ତି । ସେ ବ୍ୟବସ୍ଥିତ ଆଇନଶୃଙ୍ଖଳାର ଉଦହାରଣ ଦେଇ କହିଛନ୍ତି ଯେ ମହାକୁମ୍ଭରେ ୩୩ କୋଟି ମହିଳା ଆସିଥିଲେ, କିନ୍ତୁ ଉତ୍ପୀଡ଼ନ/ ଅପରାଧର ଗୋଟିଏ ବି ଘଟଣା ଘଟି ନାହିଁ । ମୋଟ ୬୭ କୋଟି ଶ୍ରଦ୍ଧାଳୁ ଆସିଥିଲେ କିନ୍ତୁ ଗୋଟିଏ ବି ଅପରାଧିକ ଘଟଣା ଘଟି ନାହିଁ ।
ସେ କହିଛନ୍ତି ଯେ ମହାକୁମ୍ଭର ବୃହତ ଆୟୋଜନ ଏହାର ଉଦାହରଣ ଯେ ଆମେ ଭାରତର ସଂସ୍କୃତିକୁ ସମ୍ମାନ କରୁ । ମହାକୁମ୍ଭରେ ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କଲେ । ଏହା ବିଶ୍ୱର ସବୁଠୁ ବଡ଼ ଆଧ୍ୟାତ୍ମକ ଆୟୋଜନ ଥିଲା । ଏହାକୁ ନେଇ ସାରା ଦୁନିଆରେ ପ୍ରଶଂସା କରାଯାଉଛି । ଦୁନିଆର ସବୁ ମିଡିଆ ଏତେ ବଡ଼ ଆୟୋଜନ ଚମତ୍କାରଠାରୁ କମ ନୁହେଁ ବୋଲି କହୁଛନ୍ତି ।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ମହାକୁମ୍ଭ ଆୟୋଜନ ଆମ ପାଇଁ ଅଗ୍ନିପରୀକ୍ଷା ଥିଲା । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ କଥା ସାରା ଦୁନିଆରେ ଅନେକ ବର୍ଷ ଯାଏ ଶୁଣାଣିବାକୁ ମିଳିବ । ଏହା ଆମ ସନାତନ ଧର୍ମ ପାଇଁ ଗୌରବ କଥା ।’ ସେ କହିଛନ୍ତି ଯେ ଏହା କେବଳ ଆଧ୍ୟାତ୍ମକ ଉପଲବ୍ଧି ନୁହେଁ ବରଂ ଏହି ଆୟୋଜନରେ ଆମ ଅର୍ଥବ୍ୟବସ୍ଥାକୁ ତିନି ଲକ୍ଷ କୋଟି ଟଙ୍କା ଲାଭ ହେବାର ଅନୁମାନ ରହିଛି ।
ମହାକୁମ୍ଭର ଆର୍ଥିକ ଦିଗକୁ ବର୍ଣ୍ଣନା କରି ସିଏମ୍ ଯୋଗୀ କହିଛନ୍ତି, ‘ସମାଜବାଦୀ ପାର୍ଟି ନାଭିକଙ୍କ ଶୋଷଣ କଥା ଉଠାଉଛି । ମହାକୁମ୍ଭ ଆୟୋଜନ ବେଳେ ୪୫ ଦିନରେ ଜଣେ ଜଣେ ନୌକାଚାଳକ ୨୩ ଲକ୍ଷ ଟଙ୍କା ଆୟ କରିଛନ୍ତି । ଅର୍ଥାତ୍ ସେମାନଙ୍କ ପ୍ରତିଦିନର ରୋଜଗାର ୫୦ ହଜାର ଟଙ୍କା ଥିଲା । ସମାଜବାଦୀ ପାର୍ଟି ଦ୍ୱାରା ନକାରାତ୍ମକ ପ୍ରଚାର ସତ୍ତ୍ୱେ ଜନତାଙ୍କ ମଧ୍ୟରେ ଆସ୍ଥା ସ୍ଥିର ରହିଥିଲା । ସନାତନ ପ୍ରତି ଏଭଳି ବ୍ୟବହାର ଯୋଗୁଁ ହିଁ ପୂର୍ବେ ସମାଜବାଦୀ ପାର୍ଟି ହାରିଥିଲା ଏବଂ ୨୦୨୭ ନିର୍ବାଚନରେ ବି ଶୋଚନୀୟ ଭାବେ ପରାଜିତ ହେବ ।