Indravati

ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ

State

କଳାହାଣ୍ଡି : ଭାଙ୍ଗିଲା ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ । କଳାହାଣ୍ଡି କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଲା ମୁଖ୍ୟ କେନାଲ l ୨୦ ଫୁଟର ଘାଇ ହେବା ଫଳରେ ଗାଁ ଭିତରେ ପଶିଛି ପାଣି । ଜଳମଗ୍ନ ହୋଇଛି ଦେପୁର ଗାଁ ।

ଘରେ ପାଣି ପଶି ଆସବାବପତ୍ର ନଷ୍ଟ ହେବା ସହ ରାସ୍ତା ଉପରେ ଚାଲୁଛି ୫ ଫୁଟର ପାଣି  । ବିଳମ୍ବିତ ରାତ୍ରିରେ ସମସ୍ତେ ଘରେ ସୋଇଥିବା ବେଳେ କେନାଲ ଭାଙ୍ଗିବାରୁ ଗାଁରେ ପାଣି ପଶିଛି । ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।