Photo For The News Of Annual Function

ଶୋଭନୀୟ ଶିକ୍ଷାଶ୍ରମ ବାର୍ଷିକ ଉତ୍ସବ

State

ଆଗରପଡ଼ା :ସ୍ଥାନୀୟ ଶୋଭନୀୟ ଶିକ୍ଷାଶ୍ରମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ସରପଂଚ ପ୍ରକାଶ ବିଶ୍ୱାଳ,ଶିକ୍ଷାବିତ୍ ଭାସ୍କର ପାଢୀ,ବିଜୟ ଭୂୟାଁ,ପୁର୍ବତନ ସରପଂଚ ରବିନ୍ଦ୍ର ପଣ୍ଡା,ଡ଼ଃ ବନଲତା ଦେବୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଶୋଭନୀୟ ଆନ୍ଦୋଳନ ସମ୍ପାଦିକା ଅରୁନ୍ଧତୀ ଦେବୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳ ବିବରଣୀ ପାଠ ଓ ସୁକାନ୍ତି ଲତା ସିଂହ ଧନ୍ୟବାଦ ଦେଇଥିଲେ । ଶିକ୍ଷାବିତ୍ ମହେନ୍ଦ୍ର ନାୟକଙ୍କ ତତ୍ୱାବଧାନରେ ରଶ୍ମିତା ବିଶ୍ୱାଳ,ବବିତା ଦାଶ,ଗୀତାଞ୍ଜଳି ଖଟୁଆ,ମାମାଲି ନାୟକ,ରଶ୍ମିପ୍ରଭା ଦାଶ,ଲଲିତା ହାତୀ,ମନ୍ଦାକିନୀ ଦାଶ,ରଶ୍ମିତା ଦାଶ ପ୍ରମୁଖ ବିଭିନ୍ନ କାର୍ଯ୍ୟ ପରିଚାଳନରେ ସହଯୋଗ କରିଥିଲେ । ଏହି ଅବସରରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା ।