Images

ଭିନ୍ନକ୍ଷମଙ୍କୁ ମିଳିବ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ, ଉପକୃତ ହେବେ ୪ଲକ୍ଷ ଭିନ୍ନକ୍ଷମ

State

ଭୁବନେଶ୍ୱର: ମିଳିବ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଓ ସହାୟକ ଉପକରଣ । ବିଭିନ୍ନ କେନ୍ଦ୍ର ଓ ଭାମ୍ୟମାଣ ଶିବିର ଜରିଆରେ ଜାରି ରହିବ ବିତରଣ । ରାଜ୍ୟରେ ପ୍ରାୟ ୪ଲକ୍ଷ ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବ ଆବଶ୍ୟକୀୟ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ସହ ଅନ୍ୟାନ୍ୟ ସହାୟକ ସରଞ୍ଜାମ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ଯୋଜନା ପ୍ରସ୍ତୁତ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।

ୟୁନିଟ-୬ ବିଏମସି କଲ୍ୟାଣମଣ୍ଡପରେ ଆୟୋଜିତ ଏକ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମନ୍ତ୍ରୀ । କହିଛନ୍ତି ଜୟପୁରସ୍ଥିତ ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତିର ଶାଖା ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ଖୋର୍ଦ୍ଧା କାର୍ଯ୍ୟ କରୁଛି । ଏହି ସଂସ୍ଥା ସାର ରାଜ୍ୟରେ ବିଭିନ୍ନ କେନ୍ଦ୍ର ତଥା ଭ୍ରାମ୍ୟମାଣ ଶିବିର ଜରିଆରେ ଭିନ୍ନକ୍ଷମମାନଙ୍କୁ ସହାୟକ ଉପକରଣ ଯୋଗାଇଦେବ ।

ଗତ ୧୯ ତାରିଖରୁ ଆାରମ୍ଭ ହୋଇଥିବା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ବିତରଣ ସପ୍ତାହର କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ୭୨ଟି କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ୫ଟି ହୁଇଲ ଚେୟାର, ୨ଟି ଟ୍ରାଇ- ସାଇେକଲ, ୫ ହଳ ସହାୟକ ଆଶାବାଡ଼ି ଏବଂ ୨ଟି ଏଲେବା କ୍ରଚ୍ ପ୍ରଦାନ କରାଯାଇଥିଲା । ବିଭାଗୀୟ ପ୍ରମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ବିଜୁ ମହାବୀର ଜୟପୁର ଫୁଟ ସେଣ୍ଟର ମିଳିତ ଭାବେ ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାରେ ୨୮ରୁ ଅଧିକ ଭ୍ରାମ୍ୟମାଣ ଶିବିର ଉପକରଣ ବିତରଣ କରିସାରିଛନ୍ତି । କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା , ଅତିରିକ୍ତ ମହାନିଦ୍ଦେର୍ଶକ ଅରୁଣ ବୋଥ୍ରାଙ୍କ ସମେତ ୩୨୬୨ ଜିଲ୍ଲାର ରୋଟାରୀ ସଂଗଠନର ବରିଷ୍ଠ କର୍ମକର୍ତାମାନେ ଉପସ୍ଥିତ ଥିଲେ ।