Maxresdefault 1 750x430

ଭାରତ ମହାସାଗରରେ କ୍ଷେପଣାସ୍ତ୍ର ମୁତୟନ କରିବ ଭାରତ

National & International

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ  ଓ ପାକିସ୍ତାନର ବଢୁଥିବା ଗତିବିଧି ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଉଭୟ ଦେଶର ମୁକାବିଲା କରିବା ପାଇଁ ଭାରତୀୟ ସେନା ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ-ଉତକ୍ଷେପଣ କ୍ରୁଜ୍ କ୍ଷେପଣାସ୍ତ୍ର (ଏସ୍ଏଲସିଏମ୍)ର ପରୀକ୍ଷଣ କରିବାକୁ ଯାଉଛି। ଆକାଶ ଓ ସ୍ଥଳ ସହିତ ସମୁଦ୍ରରେ ଚୀନ ଓ ପାକିସ୍ତାନର ଯୋଜନାକୁ ପରାସ୍ତ କରିବା ପାଇଁ ଭାରତ ନିଜର ଶକ୍ତି ବଢ଼ାଉଛି। ଏହା ଅଧୀନରେ ଭାରତୀୟ ସେନା ଚାଇନା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପିଏଲଏଆରଏଫ ଭଳି ନିଜର ରକେଟ ଫୋର୍ସ ପ୍ରସ୍ତୁତ କରୁଛି ଏବଂ ଏସଏଲସିଏମ କ୍ଷେପଣାସ୍ତ୍ର ମଧ୍ୟ ଏହାର ଏକ ଅଂଶ ।

ଫେବ୍ରୁଆରି ୧୬ ରେ ଭାରତୀୟ ନୌସେନା ଘୋଷଣା କରିଥିଲା ଯେ ସେମାନେ ଖୁବ୍ ଶୀଘ୍ର ୫୦୦ କିଲୋମିଟର ଦୂରତା ବିଶିଷ୍ଟ ବୁଡ଼ାଜାହାଜ ଉତ୍କ୍ଷେପିତ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିବେ। ବର୍ଷେ ତଳେ ଫେବ୍ରୁଆରିରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା, ଯେତେବେଳେ ଏହା ୪୦୨ କିଲୋମିଟର ଦୂରତା ହାସଲ କରିଥିଲା। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ପ୍ରୋଜେକ୍ଟ ୭୫ଆଇ ଅଧୀନରେ ବୁଡ଼ାଜାହାଜରେ ମୁତୟନ କରାଯିବ।

ୟୁରେସିଆନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଏସଏଲସିଏମର ୫୦୦ କିଲୋମିଟର ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯିବ ଏବଂ ପ୍ରଥମ ପରୀକ୍ଷଣରେ ଏହା ୪୦୨ କିଲୋମିଟର ଦୂରତା ହାସଲ କରିଛି । ତେବେ ଭାରତୀୟ ସେନା ଏହାର ରେଞ୍ଜକୁ ୮୦୦ କିଲୋମିଟରକୁ ବୃଦ୍ଧି କରିବାକୁ ଯୋଜନା ରଖିଛି । ଏହାଦ୍ୱାରା ଏହି କ୍ଷେପଣାସ୍ତ୍ର ଚୀନର ୫ଟି ସହରକୁ ଆକ୍ରମଣ କରିବାରେ ସକ୍ଷମ ହେବ । ସେସବୁ ମଧ୍ୟରେ ରହିଛି ସାଂଘାଇ, ହାଙ୍ଗଜୋ, ୱେନଜୋ, ଫେ ୟୁ ଜୋ ଓ ସିଆଓମେନ ।