ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ଜାତୀୟ ସେବା ଯୋଜନା ଦିବସର ୫୬ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଏବଂ ପ୍ରୋଗ୍ରାମ ସଂଯୋଜକ ଡଃ ବସନ୍ତ କୁମାର ମହାନ୍ତ ଓ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଏମପିସି ସ୍ଵୟଂଶାସିତ ମହାବିଦ୍ୟାଳୟ, ଶ୍ରୀମା ମହାବିଦ୍ୟାଳୟ, ଏମସିଏଏମ, ସରକାରୀ ମହିଳା ମହାବିଦ୍ୟାଳୟ, ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟ, ବାରିପଦା ଡିଗ୍ରୀ ମହାବିଦ୍ୟାଳୟ ସମେତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନାର ୩୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।
ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏବଂ ବିଶ୍ଵବିଦ୍ୟାଳୟ ଗବେଷଣା ଓ ବିକାଶ ସେଲ ନିର୍ଦ୍ଦେଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଯୋଗଦାନ କରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରିବା ସହ ନିଜ ବକ୍ତବ୍ୟରେ ସ୍ୱେଚ୍ଛାସେବୀ ମାନଙ୍କର ସମାଜ ପ୍ରତି ଥିବା କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ର ଶେଷ ଦିନରେ ଏନ୍ଏସଏସ ବ୍ୟୁରୋ ପ୍ରୋଗ୍ରାମ ସଂଯୋଜକ ଡଃ. ବସନ୍ତ କୁମାର ମହାନ୍ତ ସଭା ପରିଚାଳନା କରିଥିଲେ ଏବଂ ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ଅନାମ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରଥମ ଦିନରେ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ବିଶ୍ଵବିଦ୍ୟାଳୟର ଯୋଗ ବିଭାଗ ସହିତ ଏନ୍ଏସଏସ ବ୍ୟୁରୋର ମିଳିତ ଉଦ୍ୟମରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ତାପରେ ନିଶା ନିବାରଣ ସଚେତନତା ନିମନ୍ତେ ଏକ ବିଶାଳ ର୍ୟାଲି ବିଶ୍ଵବିଦ୍ୟାଳୟରୁ ଆରମ୍ଭ ହୋଇ ମହାରାଜାପୁର ଗ୍ରାମଠାରେ ଶେଷ ହୋଇଥିଲା । ସମାଜପ୍ରତି ସଚେତନତା ନିମନ୍ତେ ସ୍ୱେଚ୍ଛାସେବୀ ମାନଙ୍କ ଭିତରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ଏକ୍ସଟେମ୍ପର୍ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଦ୍ବିତୀୟ ଦିନରେ ଅନ୍ତଃଦ୍ୟୋୟ ଚେତନା ମଣ୍ଡଳୀ, ରାସଗୋବିନ୍ଦପୁର ଏବଂ ନୃତତ୍ତ୍ୱ ଓ ଜନଜାତି ଅଧ୍ୟୟନ ବିଭାଗ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଏନ୍ଏସଏସ ବ୍ୟୁରୋର ମିଳିତ ଉଦ୍ୟମରେ ବିଶ୍ୱବିଦ୍ୟାଳୟରେ ଏକ ଶରୀର ପରୀକ୍ଷା ଶିବିର ଏବଂ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । ଏତଦ୍ବ୍ୟତୀତ ସମାଜ ପ୍ରତି ସଚେତନତା ନିମନ୍ତେ ସ୍ୱେଚ୍ଛାସେବୀ ମାନଙ୍କ ଭିତରେ ରଙ୍ଗୋଲି୍, ମୋବାଇଲ ଫୋଟୋଗ୍ରାଫି ଏବଂ ସ୍ଳୋଗାନ ଲେଖା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବରେ ବିଶ୍ଵବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ. ବିଷ୍ଣୁପ୍ରିୟା ହାଁସଦା, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟର ଡଃ. ପ୍ରିୟବ୍ରତ ବେହେରା, ବାରିପଦା କଲେଜର ମିସ୍ ଜ୍ୟୋତ୍ସ୍ନାରାଣୀ ଦତ୍ତ, ଏମସିଏଏମ କଲେଜର ମଦନମୋହନ ସାହୁ, ଶ୍ରୀମା ମହାବିଦ୍ୟାଳୟର ମିସ୍ ରୂପାଲି ବିଷୋୟୀ, ସରକାରୀ ମହିଳା ମହାବିଦ୍ୟାଳୟର ମିସ୍ ଯମୁନା ମାଝୀ ଏବଂ ଶ୍ରୀରାମଚନ୍ଦ୍ର ଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟର ଅଜୟ କୁମାର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେକ୍ସନ ଅଫିସର ଶ୍ରୀ ଦେବେନ୍ଦ୍ର ପତି, ଶ୍ରୀ ଅଜୟ କୁମାର ବଳ, ଅଫିସ ଆସିଷ୍ଟାଣ୍ଟ ମିସ୍ ରିକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱେଚ୍ଛାସେବୀ ଆଦର୍ଶ କୁମାର ରାଉତ, ରିଙ୍କୁ ଦାସ, ସମୀର ମହାରଣା, ଅଭିଷେକ ପଣ୍ଡା, ଋତୁପର୍ଣ୍ଣା, ଦକ୍ଷଜା, ନିକି, ଦେବସ୍ମିତା ମହାନ୍ତ,ମୋନାଲିସା, ଜୟକୃଷ୍ଣ, ମାଧବ, ସ୍ଵର୍ଣ୍ଣ, ଆରସତ, ମାମୁନି, ଦେବସ୍ମିତା ବେହେରା, ସନ୍ଦୀପ, ଶ୍ୱେତା, ସାଗର, ଆଲୋକ ଓ କୁମାର ପି ଜ୍ୟୋତିର୍ମୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।