Img 20240221 Wa0094

ମୟୂରଭଞ୍ଜରେ ଲୋକକଳା ମାଧ୍ୟମରେ ପ୍ରଚାର ଚାଲିଛି ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା

State

ବାରିପଦା: ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ମାନ ଜନପ୍ରସାରି କରିବାପାଇଁ ମୟୂରଭଞ୍ଜ ଜିଲ୍ଲାରେ ଅନେକ କଳାକାର ପ୍ରତ୍ୟେକ ବ୍ଲକ୍ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ବାରିପଦା ବ୍ଲକର ବଡ଼ଯୋଡ଼, ଖଡିଶୋଲ, କରଞ୍ଜିଆ, ତଥା ବଡ଼ ସାହି ବ୍ଲକର ବାଥୁଡ଼ିବନ୍ଧ, ନୟା ବ୍ରଜ ନନ୍ଦନପୂର୍, ଖୁଣ୍ଟା ବ୍ଳକର ବଡପଥରା, 1,2 ତାଳମୁଣ୍ଡା ଠାରେ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା। ସରକାରଙ୍କର ବିଭିନ୍ନ ଯୋଜନା ଯଥା ଆଦର୍ଶ ବିଦ୍ୟାଳୟ, ମଧୁବାବୁ ପେନସନ, ଶିଶୁ ସୁରକ୍ଷା, ଫସଲ ବୀମା, କ୍ରୀଡା, ଲକ୍ଷ୍ମୀ ବସ୍, ବିଦ୍ୟାଳୟ ରୁପାନ୍ତରିକରଣ, ମମତା ଯୋଜନା ଭଳି ୧୫ଟି ଯୋଜନା ଆଦି ସବୁକୁ ଓଡ଼ିଆ, ଆଦିବାସୀ, ଏବଂ ଲୋକକଥା ମାଧ୍ୟମରେ ଜିଲ୍ଲା ଏବଂ ବ୍ଲକ୍ କଳା ସଂସ୍କୃତି ସଂଘ ର କଳାକାର ମାନେ ପରିବେଷଣ କରିଥିଲେ ଓ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ କରାଯାଇଥିଲା।

ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସମସ୍ତକୁ ପର୍ଯ୍ୟବେକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରତିନିଧି ଡଃ. ଧିରେନ୍ ମହାନ୍ତି ଆସିଥିଲେ। ଜିଲ୍ଲାରେ ହେଉଥିବା ଏହି କାର୍ଯ୍ୟକ୍ରମ ମାନଙ୍କୁ ଦେଖି ସେ ସନ୍ତୋଷ ପ୍ରକାଶ କରିବା ସହିତ ଏହାକୁ ତ୍ୱରାନ୍ୱିତ କରାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଓ ଜିଲ୍ଲା ସଂସ୍କୃତି ସଂଘ ଉପସଭାପତି ଶ୍ରୀ ଲମ୍ବୋଦର ନନ୍ଦ ନିରୀକ୍ଷଣ କରିଥିଲେ।