Photo For The News Of Shreemaa

ଶ୍ରୀମାଙ୍କ ଜନ୍ମଦିବସ ପାଳନ

State

ଆଗରପଡ଼ା :ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ଦିବ୍ୟଜନନୀ ଶ୍ରୀମାଙ୍କ ୧୪୭ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ ମାତୃପ୍ରେମୀଙ୍କ ଦ୍ୱାରା ଏହି ଜନ୍ମଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ମାତୃ ମନ୍ଦିରରେ ଧୂପପୁଷ୍ପ ଅର୍ପଣ,ଦୁର୍ଗାସ୍ତୋତ୍ର ପାଠ,ମନ୍ତ୍ର ଉଚ୍ଚାରଣ ସହିତ ମାତୃବନ୍ଦନା ଗାନ କରାଯାଇଥିଲା । ମା’ ପୁସ୍ତକର ୩ୟ ଅଧ୍ୟାୟ ପଠନ ପରେ ଅନ୍ନପୂର୍ଣ୍ଣା ଅପା ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ଭାଇ,ବିକ୍ରମ ଭାଇ,ତୃପ୍ତି ଅପା,ଅନୁ ଅପା,ରଶ୍ମୀ ଅପା,ବିଜ୍ଞାନ ଭାଇ,ଦେବାଶୀଷ ଭାଇ,ଉଲ୍ଲାସ ଭାଇ ପ୍ରମୁଖ ଯୋଗ ଦେଇଥିଲେ । ମେନେଜିଂ ଟ୍ରଷ୍ଟି ଅରୁଣ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦିତ ହୋଇଥିଲା ।