Onn 3

ଆଏଣ୍ଡା ବିଦ୍ୟାଳୟରୁ ଚୋରି ଅଭିଯୋଗ

State

ନିଶ୍ଚିନ୍ତକୋଇଲି : କଟିକଟା ପଞ୍ଚାୟତ ଅନ୍ତର୍ଗତ ଆଏଣ୍ଡା ଉ.ପ୍ରା ମଇ ବିଦ୍ୟାଳୟରୁ ସୋମବାର ରାତିରେ ଚୋରି ହୋଇଥିବା ଅଭିଯୋଗ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଛି । ମଙ୍ଗଳବାର ଦିନ ସ୍କୁଲ ଆସି ଶିକ୍ଷକ ମାନେ ଦେଖିଲା ବେଳକୁ ଅଫିସ ରୋଷେଇ ଘର ତାଲା ଭାଙ୍ଗି କବାଟ ମୁକୁଳା ହୋଇଛି । ପରିଚାଳନା କମିଟିକୁ ଡ଼ାକି ଦେଖାଇବା ପରେ ବିଦ୍ୟାଳୟରେ ଥିବା ଦୁଇଟି ପାଣି ମଟର, ଗୋଟିଏ ଗ୍ରାଇଣ୍ଡର, କୁଣ୍ଡ, ବାଲଟି ,୫୦ଟି ଖାଇବା ଥାଳି ଏବଂ ଘଣ୍ଟା ନାହିଁ । ଏ ସଂକ୍ରାନ୍ତରେ କମିଟିର ସଭାପତି ଅଜୟ କୁମାର ଷଢଙ୍ଗୀ ଓ ପ୍ରଧାନଶିକ୍ଷକ ସୁବ୍ରତ କୁମାର ଉଦୟ ସିଂ ଥାନାରେ ଅଭିଯୋଗ କରିବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ଚୋରର ସନ୍ଧାନ ପାଇନଥିବା ଜଣାଯାଇଛି ।