Purbatan Mantri Kalandi Beheranka Sradha Barsika

ନେମାଳ ଠାରେ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଳକ ନେମାଳ ଠାରେ ପୂର୍ବତନ ମନ୍ତ୍ରୀ,ଜନନାୟକ ତଥା ପ୍ରଫେସର ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ନବମ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ସାନ୍ତପୁର ପଞ୍ଚାୟତ ଯୁବ ସଂଗଠକ ତଥା କଟକ ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ନୃସିଂହଚରଣ ମୁଦୁଲିଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ବିଳାସ ଭୋଇ,ପ୍ରାକ୍ତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ,ସମାଜସେବୀ ରମାକାନ୍ତ ବେହେରା, ଶିକ୍ଷାବିତ୍ ଭୈରବ ଜେନା,ଅମୂଲ୍ୟ ମହାନ୍ତି, ମୁରଲୀଧର ଦାସ, ଦ୍ୱିଜବର ପଣ୍ଡା, ଯୁବନେତା ହିମାଂଶୁ ଶେଖର ଦାସ, ବଳଦେବାନନ୍ଦ ଦାସ, ନିରଞ୍ଜନ ମଲିକ, ରମେଶ ମହାପାତ୍ର, କ୍ଷୀରୋଦ ରାଉତ, ଅଟଳ ମହାପାତ୍ର, ରାକେଶ ମୁଦୁଲି, ବବି ସିଂ, ଜଗନ୍ନାଥ ପଣ୍ଡା, ସୁବାଷ ମହାନ୍ତି, ଗୋବିନ୍ଦ ଦାସ,ପବିତ୍ର ସେଠୀ, ନାରୀ ନେତ୍ରୀ ସଂଯୁକ୍ତା ପୁହାଣ,ଉର୍ମିପ୍ରଭା ଭୂୟାଁ ପ୍ରମୁଖ ଙ୍କ ସମେତ ବହୁ କାଳିନ୍ଦୀ ପ୍ରେମୀ ଯୋଗଦାନ କରି ସ୍ୱର୍ଗତ କାଳିନ୍ଦୀଚରଣ ବେହେରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ କାଳିନ୍ଦୀ ପ୍ରେମୀ ପ୍ରକାଶ କରିଥିଲେ କି ସ୍ୱର୍ଗତ ବେହେରା କଟକ ସଦର ଅଞ୍ଚଳ ବିକାଶ ପାଇଁ ଯେଉଁ ମଞ୍ଜି ବୁଣିଥିଲେ ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି ଏବଂ ତାଙ୍କର ଅଧୁରା ସ୍ୱପ୍ନକୁ ତାଙ୍କର ସୁପୁତ୍ର ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ସଫଳ କରିପାରିଛନ୍ତି ।