Sarapada Gp Re Ama Odisha Nabin Odisha Karjyakrama

ସରପଡ଼ା ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

State

ନିଶ୍ଚିନ୍ତକୋଇଲି :ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଂଚାୟତ କାର୍ଯ୍ୟାଳୟ ନିକଟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରପଞ୍ଚ ବିବେକାନନ୍ଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ସମିତିସଭ୍ୟା ସସ୍ମିତା ସ୍ୱାଇଁଙ୍କ ସଂଯୋଜନାରେ ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମ କ୍ରମେ ସମଗ୍ର ପଞ୍ଚାୟତର ଉନ୍ନତି ଏବଂ ପ୍ରଗତି ହୋଇପାରିଛି ବୋଲି ପ୍ରକାଶ କରିଥିଲେ ।

ଏଥିରେ ସମ୍ମାନୀତ ଅତିଥି ଭାବେ ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ବିଜେଡି କୃଷକ ସଂଗଠନର ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଜିଲ୍ଲାପରିଷଦ ଜସ୍ମିତା ସେଠୀ,ବ୍ଳକ ବିଜେଡ଼ି ଉପସଭାପତି ତପନ କୁମାର ଦାଶ,ଯୁବ ନେତା ପ୍ରମୋଦ ସ୍ୱାଇଁ,ରମେଶ ମହାନ୍ତି,ପିଇଓ ଶ୍ରୀକାନ୍ତ କୁମାର ଧଳ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଅତିଥି ବୃନ୍ଦ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ ।