Onn 3

ଛିନତାଇ ଗ୍ୟାଙ୍ଗ ର ତିନି ଅଭିଯୁକ୍ତ ଗିରଫ, ୫୨ ମୋବାଇଲ ସମେତ ୩ଟି ବାଇକ ଜବତ

Crime State

ବାରିପଦା: ବିଗତ କିଛିଦିନ ହେବ ବାରିପଦା ସହରରେ ମୋବାଇଲ ଛିନତାଇ ଲୋକମାନଙ୍କ ମନରେ ଆତଙ୍କ ଖେଳାଇ ଯାଇଥିଲା । ବିଶେଷ କରି ସକାଳ ଏବଂ ସନ୍ଧ୍ୟା ସମୟରେ ଏହି ମୋବାଇଲ ଚୋରମାନେ ସେମାନଙ୍କର ଟାର୍ଗେଟ ରାସ୍ତାରେ ଚାଲୁଥିବା ଲୋକମାନଙ୍କୁ କରୁଥିଲେ । ସମୟ ସୁଯୋଗ ଦେଖି ଏହି ଦୁବୃତ୍ତମାନେ ମୋବାଇଲ ଫୋନ କୁ ଛଡାଇନେଇ ବାଇକ ରେ ଖସି ପଲାଇ ଯିବାରେ ସକ୍ଷମ ହେଉଥିଲେ । ଆଜି ବାରିପଦା ଟାଉନ ପୋଲିସ ମୋବାଇଲ ଛିନତାଇ ଗ୍ୟାଙ୍ଗ ର ତିନି ଜଣ ଙ୍କୁ ଗିରଫ କରିବା ସହ ସେମାନଙ୍କର ତିନି ଗୋଟି ବାଇକ କୁ ମଧ୍ୟ ଜବତ କରିଅଛି । ସୂଚନା ଯୋଗ୍ୟ କି ଗତ ଡିସେମ୍ବର ୪ ତାରିଖରେ ବାରିପଦା ସହରର ଓାର୍ଡ ନମ୍ବର ୧୧ ନହରପଦା ଅଞ୍ଚଳର ବାସୁଦେବ ମହାନ୍ତ ଦୁବୃତ୍ତମାନେ ତାଙ୍କର ମୋବାଇଲ ଫୋନ କୁ ଛିନତାଇ କରିନେଇଥିବାର ଟାଉନ ଥାନାରେ ଅଭିଯୋଗ କରିଥିଲେ ।

ସିଏ ନଭେମ୍ବର ୩୦ ତାରିଖ ଦିନ ସକାଳୁ ସାଇକେଲ ରେ ଯାଉଥିବା ସମୟରେ ଦୁଇ ଜଣ ଦୁବୃତ୍ତ ଏକ ବାଇକରେ ଆସି ତାଙ୍କ ମୋବାଇଲ ଫୋନ କୁ ଛଡାଇ ନେଇଥିଲେ । ଏ ବାବଦରେ ବାରିପଦା ଟାଉନ ଥାନାରେ କେସ ନମ୍ବର ୭୫୩/୨୩ ରେ ଏକ ମାମଲା ରୁଜୁ କରାଯାଇ ପୋଲିସ ସି ସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଚଳାଇଥିଲା । ଆଜି ତିନି ଜଣ ଦୁବୃତ୍ କୁ ପୋଲିସ ଗିରଫ କରିବାରେ ସଫଳ ହୋଇଅଛି । ଏହି ଛିନତାଇ ଗ୍ରୁପରେ ପାଞ୍ଚ ଜଣ ସାମିଲ ଥିବାର ପୋଲିସ ସୂଚନା ପାଇଅଛି । ଅନ୍ୟ ଫେରାର ଦୁଇ ଜଣ ଙ୍କୁ ମଧ୍ୟ ପୋଲିସ ଗିରଫ କରିବା ପାଇଁ ଉଦ୍ୟମ ଜାରିରଖିଅଛି ।