Defult onn2

ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର

State

ଭୁବନେଶ୍ୱର   : ଆସନ୍ତା ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଚଳିତବର୍ଷ ପରୀକ୍ଷା ପରିଚାଳନାରେ ସୁଧାର ପାଇଁ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସିସିଟିଭି କ୍ୟାମେରା ପରୀକ୍ଷା କେନ୍ଦ୍ର ସହ ନୋଡାଲ ସେଣ୍ଟରରେ ଲଗାଯାଇଛି। ଅତି ସମ୍ବେଦନଶୀଳ କେନ୍ଦ୍ର ଗୁଡିକରେ ଲାଗିଛି ପ୍ରଥମ ଥର ପାଇଁ AI ଭିତ୍ତିକ ସିସିଟିଭି କ୍ୟାମେରା । ଯାହାର କମାଣ୍ଡ କଣ୍ଟ୍ରୋଲ ରୁମ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ରହିଛି। ଆଜି ତାର ଡ୍ରାଏ ରନ କରାଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ ପରିଚାଳନା ପାଇଁ ୩୦୪୭ଟି ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି । ସେଥିମଧ୍ୟରୁ ୬୦୦ ଟି ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ କେନ୍ଦ୍ରରେ ଏ ଆଇ କ୍ୟାମେରା ଲଗାଯାଇଛି । ଚଳିତ ବର୍ଷ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ ୩୦୪୭ ଟି ସେଣ୍ଟରରେ ପରୀକ୍ଷା ଦେବେ। ପ୍ରଶ୍ନ ପତ୍ର ରଖିବା ପାଇଁ ୩୧୩ ନୋଡାଲ ସେଣ୍ଟର କରାଯାଇଛି। ସକାଳ ୭ଟା୩୦ରେ ପରୀକ୍ଷା କେନ୍ଦ୍ରର ଗେଟ୍ ଖୋଲାଯାଇ ଛାତ୍ର ଛାତ୍ରୀମାନଙ୍କୁ ଛଡ଼ାଯିବ। ୮ଟା୩୦ ସମୟରେ ପରୀକ୍ଷାର୍ଥୀମାନଙ୍କୁ ଓଏମ୍ଆର ସିଟ୍ ପ୍ରଦାନ କରାଯିବ। ଚଳିତ ବର୍ଷ ପରୀକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋବାଇଲ୍ ନେଇ ପରୀକ୍ଷା ହଲ୍ କୁ ଯାଇ ପାରିବେ ନାହିଁ। କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା ହୋଇଛି ।