Loot 2

ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା

State

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ଘରେ ୫ରୁ ଊର୍ଦ୍ଧ୍ବ ଡକାୟତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଘର ବାହାରପଟୁ କବାଟ ଦେଇ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨ଲକ୍ଷ ନଗଦ କ୍ୟାସ ଲୁଟିନେଇଛନ୍ତି ଡକାୟତ ।  ପ୍ରଥମେ ଡକାୟତମାନେ କୌଶଳ କ୍ରମେ ଘରର ମୁଖ୍ୟ ଦ୍ୱାର ଖୋଲି ଭିତରକୁ ପ୍ରଵେଶ କରିଥିଲେ ।  ଶୋଇଥିବା ଘରକୁ ବାହାରପଟୁ କବାଟ ଦେଇଥିଲେ । ପରେ ପରେ ଘରର ଆଲମିରା ଲକର ଭାଙ୍ଗି ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହାପରେ ଗାଁର ଅନ୍ୟ ୩ଜଣଙ୍କ ଘରେ ମଧ୍ୟ ଡକାୟତି ଉଦ୍ୟମ କରିଥିଲେ । ପାଟିଶୁଣି ଗାଁଲୋକେ ଉଠି ପଡିବାରୁ ଡକାୟତ ମାନେ ଗାଁ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେହିପରି ଆଜି କଳାହାଣ୍ଡି ପୋଲିସ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି।  ବିଭିନ୍ନ ଅଞ୍ଚଳରେ ଏହି ଲୁଟେରାମାନେ ଲୁଟ୍‌ ଓ ରାହାଜାନି କରୁଥିଲେ। ସେମାନଙ୍କଠାରୁ ପୁଲିସ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ କରିଛି । ଧର୍ମଗଡ଼ରେ ହୋଇଥିବା ଏକ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ କହିଛି । ସମସ୍ତ ଲୁଟେରାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।