Images

ଆଇପିଏସ ସ୍ତରରେ ବଡ ଅଦଳ ବଦଳ; ବଦଳିଲେ ଟ୍ବିନ ସିଟିର ଡିସିପି

State

ଭୁବନେଶ୍ବର: ମାତ୍ର ୫ ମାସର ବ୍ୟବଧାନରେ ରାଜ୍ୟ ସରକାର କଟକ ଓ ଭୁବନେଶ୍ବର ଡିସିପିଙ୍କୁ ବଦଳି କରିଛନ୍ତି। କେବଳ ସେତିକି ନୁହେଁ, ଅତିରିକ୍ତ ସିପିଙ୍କୁ ମଧ୍ୟ ବଦଳି କରାଯାଇଛି। ଏଥିସହିତ ୨୬ଜଣ ଆଇପିଏସ୍‌ଙ୍କ ପଦବିରେ ପରିବର୍ତ୍ତନ କରିଛନ୍ତି। ଏ ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ଅବକାରୀ କମିସନରଙ୍କୁ ବଦଳି କରିଥିଲେ ହେଁ ତାଙ୍କ ସ୍ଥାନରେ କାହାକୁ ଦାୟିତ୍ବ ଦେଇନାହାନ୍ତି।

ତଥ୍ୟ ଅନୁସାରେ, ୧୯୮୯ ବ୍ୟାଚ୍ ଆଇପିଏସ୍‌ ତଥା ଡାଇରେକ୍ଟର ପ୍ରିଣ୍ଟିଂ ସିଦ୍ଧାର୍ଥ ଏସ୍‌ ନରବଣେଙ୍କୁ ଓଡ଼ିଶା ମାନବିକ ଅଧିକାର ସୁରକ୍ଷା ସେଲ୍‌ର ସ୍ବତନ୍ତ୍ର ଡିଜି ଭାବେ ବଦଳି କରାଯାଇଛି। ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ତଥା ଓଏସ୍‌ଆର୍‌ଟିସି ସିଏମ୍‌ଡି ଦୀପ୍ତେଶ ପଟ୍ଟନାୟକଙ୍କୁ ନରବଣେଙ୍କ ସ୍ଥାନରେ ଡାଇରେକ୍ଟର ପ୍ରିଣ୍ଟିଂ ଭାବେ ନିଯୁକ୍ତି ଦିଆଯାଇଛି। ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ତଥା ଏଡିଜି ପ୍ରୋଭିଜନିଂ ଯତୀନ୍ଦ୍ର କୋୟଲଙ୍କୁ ଏଡିଜି ଏଚ୍‌ଆରପିସି, ୨୦୦୨ ବ୍ୟାଚ୍‌ ଆଇପିଏସ୍‌ ତଥା ଆଇଜି ପର୍ସୋନେଲ୍‌ ପ୍ରବୀଣ କୁମାରଙ୍କୁ କେନ୍ଦ୍ରାଞ୍ଚଳ ରେଞ୍ଜକୁ ବଦଳି କରାଯାଇଛି। ୨୦୦୨ ବ୍ୟାଚ୍ ଆଇପିଏସ୍‌ ତଥା ଅବକାରୀ କମିସନର ନରସିଂହ ଭୋଳଙ୍କୁ ଭୁବନେଶ୍ବର-କଟକ ପୁଲିସ କମିସନରେଟ୍‌ର ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଅବକାରୀ କମିସନର ଭାବେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ୨୦୦୪ ବ୍ୟାଚ୍ ଆଇପିଏସ୍‌ ତଥା ଅଗ୍ନିଶମ ଆଇଜି ଡା.ଦୀପକ କୁମାରଙ୍କୁ ଆଇଜି ଅପରେସନ୍‌, ୨୦୦୫ ବ୍ୟାଚ୍ ଆଇପିଏସ୍‌ ତଥା ଆଇଜି ଅପରେସନ୍‌ ଦାୟିତ୍ବରେ ଥିବା ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ୨୦୦୭ ବ୍ୟାଚ୍ ଆଇପିଏସ୍‌ ତଥା ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଡାକ୍ତର ସାର୍ଥକ ଷଡ଼ଙ୍ଗୀଙ୍କୁ କ୍ରାଇମବ୍ରା଼ଞ୍ଚ, ୨୦୦୭ ବ୍ୟାଚ୍‌ ଆଇପିଏସ୍‌ ତଥା ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ, କୋରାପୁଟ ଆଇଜି ନିତି ଶେଖରଙ୍କୁ ଶ୍ରୀ ଷଡ଼ଙ୍ଗୀଙ୍କ ସ୍ଥାନକୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଭାବେ ବଦଳି କରାଯାଇଛି।

୨୦୦୮ ବ୍ୟାଚ୍ ଆଇପିଏସ୍‌ ତଥା ଅତିରିକ୍ତ ପୁଲିସ କମିସନର ଡାକ୍ତର ଉମାଶଙ୍କର ଦାଶଙ୍କୁ ଅଗ୍ନିଶମ ଡିଆଇଜି, ୨୦୦୯ ବ୍ୟାଚ୍ ଆଇପିଏସ୍‌ ତଥା ଡିଆଇଜି ଅପରେସନ୍ ଅଖିଳେଶ୍ବର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ କୋରାପୁଟକୁ ବଦଳି କରାଯାଇଛି। ୨୦୦୯ ଆଇପିଏସ୍‌ ତଥା କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ, ୨୦୧୧ ବ୍ୟାଚ୍ ଆଇପିଏସ୍‌ ତଥା ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ଡିଆଇଜି ଏସ୍‌ଟିଏଫ୍‌, ୨୦୦୧ ବ୍ୟାଚ୍ ଆଇପିଏସ୍‌ ତଥା ପୁଲିସ ମୁଖ୍ୟାଳୟ ଡିଆଇଜି ଯୁଗଳ କିଶୋର କୁମାର ବାନୋଥଙ୍କୁ ଡିଆଇଜି ପର୍ସୋନେଲ ଭାବେ ନିଯୁକ୍ତି ମିଳିଛି। ୨୦୧୧ ବ୍ୟାଚ୍ ଆଇପିଏସ୍‌ ତଥା ପୁଲିସ ମୁଖ୍ୟାଳୟରେ ଥିବା ଡିଆଇଜି ବି ଗଙ୍ଗାଧରଙ୍କୁ ଡିଆଇଜି କ୍ରାଇମବ୍ରାଞ୍ଚ, ୨୦୧୩ ଆଇପିଏସ୍‌ ତଥା କଟକ ଡିସିପି ଜଗମୋହନ ମୀନାଙ୍କୁ ଭୁବନେଶ୍ବର କମିସନରେଟ୍ ଡିସିପି, ୨୦୧୪ ଆଇପିଏସ୍‌ ତଥା ରାଜ୍ୟ ପୁଲିସ ମୁଖ୍ୟାଳୟ ଏଆଇଜି ବିବେକାନନ୍ଦ ଶର୍ମାଙ୍କୁ ରେଳବାଇ ଏସ୍‌ପି, ୨୦୧୬ ବ୍ୟାଚ୍ ଆଇପିଏସ୍‌ ତଥା ବଲାଙ୍ଗୀର ଏସ୍‌ପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି। ୨୦୧୮ ବ୍ୟାଚ୍ ଆଇପିଏସ୍‌ ତଥା ବୌଦ୍ଧ ଏସ୍‌ପି ନାଗରାଜ ଦେବରକୋଣ୍ଡାଙ୍କୁ କଳାହାଣ୍ଡି ଏସ୍‌ପି, ୨୦୨୦ ବ୍ୟାଚ୍ ଆଇପିଏସ୍‌ ତଥା ରେଳବାଇ ଏସ୍‌ପି ରାହୁଲ ଗୋୟଲଙ୍କୁ ଏସ୍‌ପି ବୌଦ୍ଧ ଭାବେ ନିଯୁକ୍ତି ମିଳିଛି। ୨୦୨୧ ବ୍ୟାଚ୍ ଆଇପିଏସ୍‌ ତଥା ଜୟପୁର ଏସ୍‌ଡିପିଓ ଅଙ୍କିତ କୁମାର ବର୍ମାଙ୍କୁ ଭୁବନେଶ୍ବର ଅତିରିକ୍ତ ଡିସିପି, ୨୦୨୧ ବ୍ୟାଚ୍ ଆଇପିଏସ୍‌ ତଥା ପ୍ରୋବେସନର ଥିବା କାଶ୍ୟପ ପାର୍ଥ ଜଗଦୀଶଙ୍କୁ ଜୟପୁର ଏସ୍‌ଡିପିଓ, ୨୦୨୧ ବ୍ୟାଚ୍ ଆଇପିଏସ୍‌ ତଥା ନୂଆପଡ଼ା ଏସ୍‌ଡିପିଓ ଅମ୍ରିତପାଲ ସିଂହଙ୍କୁ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି, ୨୦୨୧ ଆଇପିଏସ୍‌ ତଥା ପଦ୍ମପୁର ଏସ୍‌ଡିପିଓ ଅମ୍ରିତପାଲ କୌରଙ୍କୁ ଭୁବନେଶ୍ବର ଅତିରିକ୍ତ ଡିସିପି, ୨୦୨୨ ବ୍ୟାଚ୍ ଆଇପିଏସ୍‌ ତଥା ବଣାଇ ଏସ୍‌ଡିପିଓ ସୋନାଲୀ ସିଂହ ପରମାର୍‌ଙ୍କୁ ଭୁବନେଶ୍ବର ଏସିପି ଭାବେ ବଦଳି କରାଯାଇଛି।