Onn 3

୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମିଳିବ ମାସିକ ୫ହଜାର ଓ ହେଲପରଙ୍କୁ ୩ହଜାର ଟଙ୍କାର ସ୍ୱତନ୍ତ୍ର ଭତ୍ତା

State

ଭୁବନେଶ୍ବର : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଡ୍ରାଇଭର, ମେଡିକାଲ ଟେକନିସିଆନ ଓ ହେଲପରଙ୍କୁ ସ୍ୱତନ୍ତ୍ର ମାସିକ ଭତ୍ତା ମିଳିବ । ଡ୍ରାଇଭରମାନଙ୍କୁ ମାସିକ ୫ହଜାର ଟଙ୍କା ଏବଂ ମେଡିକାଲ ଟେକନସିଆନ୍ ଓ ହେଲପରଙ୍କୁ ୩ହଜାର ଟଙ୍କା ପ୍ରଦାନ କରାଯିବ । ସେମାନଙ୍କୁ ନିଜ ଦରମା ସହ ଏହି ବର୍ଦ୍ଧିତ ଭତ୍ତା ଚଳିତମାସରୁ ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସ ଡ୍ରାଇଭର ଓ ହେଲପରଙ୍କୁ ରାଜ୍ୟ ପାଣ୍ଠିରୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ନିମନ୍ତେ ମଞ୍ଜୁରୀ ଦେଇଛନ୍ତି।
ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସରେ ନିୟୋଜିତ ଡ୍ରାଇଭର ଓ ହେଲପରମାନେ ୨୪ଘଣ୍ଟିଆ କାର୍ଯ୍ୟ କରୁଛନ୍ତି ବିଶେଷକରି ମହାମାରୀ ଓ ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେଉଁ କଠିନ ପରିଶ୍ରମ କରିଛନ୍ତି ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେମାନଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ୧୦୮ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ୫ହଜାର ଟଙ୍କା ଏବଂ ମେଡିକାଲ ଟେକ୍ନିସିଆନ୍ ଓ ହେଲପରଙ୍କୁ ମାସିକ ୩ହଜାର ଟଙ୍କା ସ୍ୱତନ୍ତ୍ର ଭତ୍ତା ମିଳିବ।
ଏବେ ସେମାନଙ୍କୁ ସର୍ବନିମ୍ନ ମଜୁରୀ ଅଧିନିୟମ ଆଧାରରେ ମୂଳ ଦରମା ପ୍ରଦାନ କରାଯାଉଛି । ସର୍ବନିମ୍ନ ମଜୁରୀରେ ଡ୍ରାଇଭର ଓ ମେଡିକାଲ ଟେକନସିଆନଙ୍କୁ କୁଶଳୀ ଶ୍ରମିକ ଓ ହେଲପରଙ୍କୁ ଅଣକୁଶଳୀ ଶ୍ରମିକ ଭାବେ ବର୍ଗୀକୃତ କରାଯାଇଛି।
ଏବେ ୧୦୮ ଆମ୍ବୁଲାନ୍ସ ସେବାରେ ରାଜ୍ୟରେ ୪୧୧ଟି ଏଏଲଏସ୍ ଆମ୍ବୁଲାନ୍ସ ଓ ୬ଟି ବୋଟ୍ ଆମ୍ବୁଲାନ୍ସ ସମେତ ମୋଟ ୧୩୬୬ଟି ଆମ୍ବୁଲାନ୍ସଟି କାର୍ଯ୍ୟକ୍ଷମ ରହିଛି। ପ୍ରତିମାସରେ ଏହି ଆମ୍ବୁଲାନ୍ସ ମାଧ୍ୟମରେ ପ୍ରାୟ ୧.୩ଲକ୍ଷ ରୋଗୀଙ୍କୁ ପ୍ରତିମାସରେ ଜରୁରୀ ସେବା ଓ ପରିବହହନ ଯୋଗାଇ ଦିଆଯାଉଛି । ୨୦୧୩ ମାର୍ଚ୍ଚ ମାସରୁ ଓଡ଼ିଶାରେ ଜରୁରୀକାଳୀନ ମେଡିକାଲ ଆମ୍ବୁଲାନ୍ସ ସେବା କାର୍ଯ୍ୟକ୍ଷମ ହେଉଛି।