Img 20240214 Wa0267

ପୁଲୱାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତ୍ରିରଙ୍ଗା ପରିବାର

State

ବାରିପଦା: ପୁଲୱାମାଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଯବାନ ମାନଙ୍କୁ ମନେପକାଇ ଝୁରିବା ସହ ଆଜିର ଦିନକୁ କଳା ଦିବସ ରୂପେ ପାଳନ କରୁଛନ୍ତି ଦେଶବାସୀ I ଏହି ଅବସରରେ ବାରିପଦା ମ୍ୟୁନିସିପାଲିଟି ଅନ୍ତର୍ଗତ ୱାର୍ଡ ନଂ ୧୫ ସ୍ଥିତ ବାବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଲୱାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ତ୍ରିରଙ୍ଗା ପରିବାର I ସ୍ଥାନୀୟ କାଉନସିଲର ନିରୁପମା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ତ୍ରିରଙ୍ଗା କ୍ଲବର ସଭାପତି ଆଲୋକ କୁମାର ମହାନ୍ତି, ଉପ ସଭାପତି ରବୀନ୍ଦ୍ର କୁମାର ମହାନ୍ତି, ସମ୍ପାଦକ ବିଶ୍ୱରଂଜନ ବାଗ, ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ବରିଷ୍ଠ ସଭ୍ୟ ସରୋଜ ମହାପାତ୍ର (ଲିଟନ) ତଥା ସମସ୍ତ ସଭ୍ୟ ଉପସ୍ଥିତ ରହି ୨୦୧୯ ମସିହାରେ ଦେଶ ପାଇଁ ବଳିଦାନ ଦେଇଥିବା ୪୦ ଜଣ ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ I