Img 20240214 Wa0210

ଛାତ୍ରଛାତ୍ରୀଙ୍କ ପ୍ରତିକ୍ଷାଳୟ ଓ ଛାତ୍ରାବାସ ଖୋଲିବାପରେ ଅର୍ଜୁନ ମୁର୍ମୁଙ୍କୁ ସମ୍ବର୍ଦ୍ଧନା

State

ବାରିପଦା:  ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ଦୀର୍ଘଦିନର ଆନ୍ଦୋଳନ ସଫଳ ହୋଇଥିବାରୁ ଆଜି ବି.ବି. ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାଇଗଣବାଡିଆରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି l ପ୍ରକାଶ ଥାଉକି ଶ୍ରୀ ମୁର୍ମୁଙ୍କ ନେତୃତ୍ଵରେ ଜାତୀୟ ରାଜପଥ ନିକଟରେ ଛାତ୍ରଛାତ୍ରୀଙ୍କ ପ୍ରତିକ୍ଷାଳୟ ଏବଂ ଛାତ୍ରାବାସ ନିର୍ମାଣପାଇଁ ଅନେକଥର ଆନ୍ଦୋଳନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ପ୍ରତିକ୍ଷାଳୟ ଏବଂ ଛାତ୍ରାବାସର ନିର୍ମାଣକାର୍ଯ୍ୟସରି ବ୍ୟବହାର ପାଇଁଁ ଛାତ୍ରଛାତ୍ରୀଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଅବସରରେ କଲେଜ କର୍ତ୍ତୃପକ୍ଷ ଏବଂ ଓଡିଶା ସରକାରଙ୍କ ନିକଟରେ ମାରିସା କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ଦାବୀପ୍ରତି ସେମାନଙ୍କ ବହୁମୂଲ୍ୟ ସହଯୋଗ ପାଇଁ ଧନ୍ଯବାଦ ଜ୍ଞାପନ ସହ ଦୀର୍ଘଦିନର ଦାବୀ ପୂରଣ ହୋଇଛି ବୋଲି ଶ୍ରୀ ମୁର୍ମୁ କହିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖର ସହ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ବି.ବି. ମହାବିଦ୍ୟାଳୟରେ ବହୁ ସଂଖ୍ୟାରେ ସାନ୍ତାଳୀ ଭାଷାଭାଷୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିଲେ ହେଁ ସାନ୍ତାଳୀରେ ଅନର୍ସ ପାଠ୍ୟକ୍ରମ ଏହି ମହାବିଦ୍ୟାଳୟରେ ଆରମ୍ଭ ହୋଇନାହିଁ । ଏପରି ସ୍ଥଳେ ବି.ବି. ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ବାରିପଦାର କୁଳପତି ଓ ରାଜ୍ଯ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅବିଳମ୍ବେ ଏଥିପ୍ରତି ଦୃଷ୍ଟି ଦେଇ ବି.ବି. ମହାବିଦ୍ଯାଳୟରେ ସାନ୍ତାଳୀ ଅନର୍ସ ପାଠ୍ଯକ୍ରମ ଆରମ୍ଭ କରିିବାକୁ ମାରିସା ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମାରିସା ଜିଲ୍ଲା ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମାର୍ଣ୍ଡି, ଜିଲ୍ଲା ଉପସଭାପତି ରବିନ୍ଦ୍ର ମାର୍ଣ୍ଡି, ବିଜୁ ସିଂ, କରମଚାନ୍ଦ ମାଝୀ, ପ୍ରକାଶ ନାଏକ, ସୁକୁଲାଲ୍ ମାର୍ଣ୍ଡି, ଅଜିତ୍ ନାଏକ ପ୍ରମୁଖଙ୍କ ସମେତ ବି.ବି. କଲେଜର ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।