Photo For The News Of Ama Odisha Nabin Odisha Program

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମ

State

ଆଗରପଡ଼ା : ‘ଆମ ଓଡ଼ିଣା ନବୀନ ଓଡ଼ିଶା’ ସଚେତନତା କାର୍ଯ୍ୟକ୍ରମର ୨ୟ ପର୍ଯ୍ୟାୟ ଆଗରପଡ଼ା ୧୪ନଂ ଜୋନ ଅନ୍ତର୍ଗତ ବିଟିପୁର,ରାମଚନ୍ଦ୍ରପୁର,ଆଡ଼ିଆ ଓ ୧୫ନଂ ଜୋନ ଅନ୍ତର୍ଗତ କାଦବରାଙ୍ଗ ପଞ୍ଚାୟତରେ ପୃଥକ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପାଧ୍ୟକ୍ଷ ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦିପ ସେଠୀ, ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ, ବ୍ଲକ ବିଜେଡ଼ି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ, ସରପଞ୍ଚ ସୁଭଦ୍ରା ସିଂହ, ତପୋଇ ସେଠୀ, ମିନାକୁମାରୀ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ, ବିନୋଦିନୀ ମହାନ୍ତି, ପ୍ରକାଶ ବିଶ୍ୱାଳ, ସମିତିସଭ୍ୟା ଜ୍ୟୋର୍ତିମୟୀ ପଣ୍ଡା,ଚପଳା ଜେନା,ଦିପାରାଣୀ,ଯୁବନେତା ସପନ ସିଂହ, ବିଜୟ ଜେନା,ଭାଗିରଥି ସେଠୀ, ବିଷ୍ଣୁ ଦାସ,କିଶୋର ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଦ୍ୟୁତ ଯୋଗାଣ, ମିଶନ ଶକ୍ତି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ଆଦି ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦିକା, ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ଅଙ୍ଗନୱାର୍ଡ଼ୀ କର୍ମୀ, ସହାୟକ, ଆଶା କର୍ମୀ ମାନଙ୍କୁ ଅତିଥିମାନେ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବିଟିପୁର ପଂଚାୟତ ପକ୍ଷରୁ ସ୍ୱତନ୍ତ୍ର ଭାବେ ସ୍ଥାନୀୟ ଅଂଚଳର ଛାପା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ବିଭିନ୍ନ ସଚେତନତାଧର୍ମୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମମାନ ପ୍ରଦର୍ଶୀତ ହୋଇଥିଲା ।