Photo For The News Of Bidya Kalina Sabha

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

State

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନସ୍ଥ ବାଙ୍କିତୀରା ଉଚ୍ଚ ବିଦ୍ୟାଳୟରେ ବିଦାୟୀ ଆଦର୍ଶ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ରାଉତଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ଭୂୟାଁ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପ୍ରାଣ ପ୍ରତିଷ୍ଠାତା ଜଳଧର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି ମନୋଜ ରାଉଳ, ବାଙ୍କତିରା ୟୁଜିଏମଇ ସ୍କୁଲ ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ପ୍ରଧାନ, ବନ୍ତଳା ନୋଡ଼ାଲ ସ୍କୁଲ ପ୍ରଧାନ ଶିକ୍ଷକ ଭାଷ୍କାର ଚନ୍ଦ୍ର ବିଶ୍ୱାଳ, ଭଗାରାମ ଏମଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଣୟ ସିଂହ ଅପତିରା ଏମଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପୁହାଣ, ବାଙ୍କତିରା ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ କୁଞ୍ଜବିହାରୀ ବିଶ୍ୱାଳ, ଦେବତା ଗଡ଼ିଆ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ସାମଲ ପ୍ରମୁଖ ଯୋଗ ଦେଇଥିଲେ । ଚୈତନ୍ୟ ମଲ୍ଲିକ ବେଦ ପାଠ ଓ ଶିକ୍ଷକ ଦେବେନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ମାନପତ୍ର ପାଠ କରିଥିଲେ ବିଦ୍ୟାଳୟ ବିଜ୍ଞାନ ଶିକ୍ଷୟିତ୍ରୀ ସଂଯୁକ୍ତା ସ୍ୱାଇଁ ଓ ଧନ୍ୟବାଦ ଅର୍ପଣ କରିଥିଲେ ଦେବେନ୍ଦ୍ର ଦାସ । ଦିବସ ବ୍ୟାପି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଭୀମ ଚରଣ ଗିରି, ଗଣେଶ ପ୍ରସାଦ ଦାସ, ପ୍ରଫୁଲ୍ଲ ଦାସ, ଫକରୀର ଚରଣ ମଲ୍ଲିକ, ଅଶୋକ ପାତ୍ର, ନୃସିଂହ ଚରଣ ଆଇଚ ପ୍ରମୁଖ ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ତରଫରୁ ମାନପତ୍ର , ଉପଢୌକନ ଓ ପୁଷ୍ପା ଗୁଚ୍ଛ ପ୍ରଦାନ କରାଯାଇଥିଲା ।