Onn 3

ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଅନିୟମିତତା ପ୍ରସଙ୍ଗ

State

ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ଆରଟିଆଇ ଭଦ୍ରକ ଶାଖା କର୍ମକର୍ତ୍ତା

ଆଗରପଡ଼ା:ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କର୍ଯ୍ୟଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ସେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବା, ଡ଼େପୁଟେସନରେ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କର୍ମଚାରୀ ଧାମନଗରକୁ ଆସି ବିଭିନ୍ନ ଅନିୟମିତତାରେ ଲିପ୍ତ ରହିବା ଏବଂ କାର୍ଯ୍ୟରତ ଜନସୁଚନା ଅଧିକାରୀ ଆରଟିଆଇରେ କୈାଣସି ତଥ୍ୟ ପ୍ରଦାନ ନକରିବା ଆଦିକୁ ନେଇ ଓଡ଼ିଶା ସୂଚନା ଅଧିକାର ଅଭିଜାନ(ଓସା) ଭଦ୍ରକ ଶାଖା ପକ୍ଷରୁ ଉପରିସ୍ଥ କର୍ମଚାରୀଙ୍କ ବିରୁଦ୍ଧରେ ଆଗାମୀ ୭ ଦିନ ମଧ୍ୟରେ ଜିଲ୍ଳାପାଳ କୈାଣସି ବିହିତ ପଦକ୍ଷେପ ନ ନେଲେ ଶାଖା କର୍ମକର୍ତ୍ତା ପ୍ରକାଶ ଜେନା, ବିକାଶ ଧଳ, ବିଶ୍ୱକେଶରୀ ମହାନ୍ତି, ରତିକାନ୍ତ ସାହୁ, ବିପ୍ଳବ ହୋତା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।